ସମ୍ବଲପୁର: ମଙ୍ଗଳବାର ବି ହୀରାକୁଦ ନଦୀବନ୍ଧର ୬ଟି ଗେଟ୍ ଖୋଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇ ନଥିବାରୁ ମଙ୍ଗଳବାର ଆଉ ଅଧିକ ଗେଟ୍ ଖୋଲା ଯାଇ ନାହିଁ। ଏହା ସହ ଜଳସ୍ତର ବି ସାମାନ୍ୟ ଖସି ରାତି ୯ଟା ସୁଦ୍ଧା ୬୨୮.୭୫ ଫୁଟ୍ ରହିଛି। ସେହି ସମୟରେ ଜଳଭଣ୍ଡାରକୁ ୧ ଲକ୍ଷ ୩୫ ହଜାର ୮୫୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା।
ସେଥିରୁ ସ୍ପିଲ୍ୱେର ୬ଟି ଗେଟ୍ ଦେଇ ହାରାହାରି ୯୮,୦୫୮ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୩୩,୩୧୬ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩୬୫୫ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୪୮୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍ ଓ ଶିଳ୍ପ ସଂସ୍ଥା ପାଇଁ ୨୩୬ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ ୧୪.୪୦ ଓ ତଳ ମୁଣ୍ଡରେ ୧୭.୨୪ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/10-16.jpg)