ସମ୍ବଲପୁର: ନିର୍ବାଚନକୁ ବାକି ମାତ୍ର ଆଉ କିଛି ଦିନ ଥିବାବେଳେ ୬ଟି ଜୀବନ୍ତ ଗୁଳି ସହିତ ୬ ବନ୍ଧୁକ ଜବତ କରିଛି ସମ୍ବଲପୁର ପୁଲିସ। ଏ ନେଇ ମୋତିଝରଣର ମହମ୍ମଦ ସମସେର(୩୪), ଗୋପାଲମାଲର ଦେବା ବାଗ(୨୪) ଏବଂ ମହମ୍ମଦ ସକିଲ(୨୫)ଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଏସପି ସଂଜୀବ ଆରୋରା। ଏସ୍ପି କହିଛନ୍ତି, ଠେଲକୁଲି ପୁଲିସ ସହାୟତାରେ ସ୍ପେଶାଲ ସ୍କ୍ବାଡ୍ର ଖାନତଲାସି ବେଳେ ଭୂଷଣ ଷ୍ଟିଲ ଲିମିଟେଡ ସମ୍ମୁଖରେ ମହମ୍ମଦ ସମସେରଙ୍କ ମୋଟର ସାଇକେଲରୁ ୪ଟି ବନ୍ଧୁକ ସହିତ ୬ ଗୁଳି ଜବତ କରାଯାଇ ଥିଲା। ଏଥିରେ ୩ଟି ଏମଏମ ପିସ୍ତଲ, ଗୋଟିଏ ସିଙ୍ଗଲ ସର୍ଟ, ୬ଟି ୯ ଏମଏମ ଗୁଳି ଜବତ କରାଯାଇ ଥିଲା। ଏ ନେଇ ପଚରାଉଚୁରାବେଳେ ଜଣାପଡ଼ିଥିଲା ଯେ ବନ୍ଧୁକ କାରବାରରେ ସମସେର ଅନେକ ଦିନରୁ ସମ୍ପୃକ୍ତ ରହିଛନ୍ତି। ତା ବିରୋଧରେ ମାମଲା ମଧ୍ୟ ରହିଛି। ସମସେରରୁ ମିଳିଥିବା ସୂଚନା ଆଧାରରେ ସ୍ପେଶାଲ ସ୍କ୍ବାଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଥିଲା। ଗୋପାଲମାଲର ଦେବା ବାଗ ଏବଂ ସମ୍ବଲପୁରର ମହମ୍ମଦ ସକିଲ ଠାରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇ ଥିଲା। ସମସେର ବିରୋଧରେ ଟାଉନ ଥାନା, ଧନୁପାଲି ଥାନା ଏବଂ ରେଙ୍ଗାଲି ଥାନାରେ ୮ଟି ଅସ୍ତ୍ରଶସ୍ତ୍ର ସମ୍ପର୍କୀତ ମାମଲା ରହିଛି। ଅଇଁଠାପାଲି ଥାନାରେ ଦେବା ବାଗ ବିରୋଧରେ ମାମଲା ରହିଛି। ମହମ୍ମଦ ସକିଲର ପୃଷ୍ଠଭୂମି ନେଇ ତଦନ୍ତ ଜାରି ରହିଛି ବୋଲି ଏସ୍ପି କହିଛନ୍ତି।
୬ ବନ୍ଧୁକ ସହିତ ୩ ଗିରଫ
ନିର୍ବାଚନ ଆଚରଣ ବିଧି ଲାଗୁ ପରେ ୨୪ ବନ୍ଧୁକ ଜବତ, ମୁଙ୍ଗେରରୁ ଲମ୍ବିଛି ଚେର
/sambad/media/post_attachments/wp-content/uploads/2019/04/Untitled-14-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)