ନିଜ ରାଜ୍ୟକୁ ଫେରିଲେ ୬ ଅସହାୟ ମହିଳା

ବାରିପଦା/ଉଦଳା-୧: ମୟୂରଭଞ୍ଜ ସଖୀ ୱାନ ଷ୍ଟପ୍ ସେଣ୍ଟର ସହାୟତାରେ ପଶ୍ଚିମବଙ୍ଗର ୬ ଜଣ ମହିଳାଙ୍କୁ ତାଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି। ମହିଳାମାନେ ହେଲେ ଫୁଲମଣି ଦିବାର, ରଞ୍ଜିତା ବେସରା, କାଜଲ ଦାସ, ସୁନୁ ହାଁସଦା, ବାସନ୍ତୀ ଜେନା ଓ ଶୁକୁମଣି ହାଁସଦା। ସୂଚନା ଅନୁଯାୟୀ, ଉକ୍ତ ମହିଳାମାନେ ଅସହାୟ ଭାବେ ଏଣେତେଣେ ବୁଲୁଥିବା ବେଳେ ପୁଲିସ  ସହାୟତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ପରେ ସେମାନଙ୍କୁ ବାରିପଦାସ୍ଥିତ ସଖୀ ୱାନ ଷ୍ଟପ୍ ସେଣ୍ଟରରେ ରଖା ଯାଇଥିଲା। କାଉନସେଲିଂ ସମୟରେ ସେମାନଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣା ପଡ଼ିଥିଲା। ଏହାପରେ ମହିଳାମାନଙ୍କ ଘର ବାହୁଡ଼ା ପାଇଁ ଅନୁଷ୍ଠାନ ପକ୍ଷରୁ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେଠାକାର ଜିଲ୍ଲାପାଳଙ୍କ ସହଯୋଗରେ ସଖୀର କେନ୍ଦ୍ର ପ୍ରଶାସିକା ସ୍ମରଣିକା ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ମହିଳାମାନଙ୍କୁ ନେଇ ମେଦିନିପୁରସ୍ଥିତ ସୁଧାର ଗୃହରେ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର