ଧର୍ମଶାଳା: ଧର୍ମଶାଳା ତହସିଲ କର୍ତ୍ତୃପକ୍ଷ ପାଖର ମୌଜାରୁ ବେଆଇନ ଭାବେ ମାଟି ପରିବହନ କରୁଥିବା ୬ଟି ହାଇୱା ଓ ଗୋଟିଏ ଜେସିବି ମେସିନକୁ ଜବତ କରିଛନ୍ତି। ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମରେ ଏହି ମାଟି ବ୍ୟବହାର କରାଯାଉଛି। ଦାୟିତ୍ବରେ ଥିବା ଠିକାସଂସ୍ଥା ପ୍ରଶାସନର ବିନା ଅନୁମତିରେ ପାଖର ମୌଜାରେ ଥିବା ଏକ ସରକାରୀ ଜମିରୁ ମାଟି ଖନନ ଓ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଥିଲା।
ଖବର ପାଇ ତହସିଲଦାର ସ୍ବାଗତ ଦାସ, ଆରଆଇ ଚନ୍ଦନ କୁମାର ସାହୁ, ବିରଂଚି କୁମାର ବୋଇତେଇ, ମାନସ କୁମାର ବେଜ ଓ ଏଆରଆଇ ଜଗବନ୍ଧୁ ଜେନା ଆଜି ଭୋରୁ ସ୍ଥାନୀୟ ପୁଲିସ୍ ସହାୟତାରେ ଚଢ଼ଉ କରିଥିଲେ। ମାଟି ବୋଝେଇ ହୋଇଥିବା ୬ଟି ହାଇୱା ଓ ଗୋଟିଏ ଜେସିବି ମେସିନକୁ ଜବତ କରାଯାଇଥିଲା। ଅନ୍ୟ କେତେକ ଗାଡ଼ି ଫେରାର୍ ହୋଇ ଯାଇଥିଲେ। ୩ଜଣ ହାଇୱା ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଜବତ ଗାଡ଼ିଗୁଡ଼ିକରୁ ଜରିମାନା ଆଦାୟ କରାଯିବ ବୋଲି ତହସିଲ୍ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/19-3.jpg)