ବାଉଁଶୁଣି: ବୌଦ୍ଧ ବ୍ଲକ ଆମ୍ବଝରି ପଞ୍ଚାୟତ ଗୋଛାପଡା ଗାଁ’ର ରବି ବାଘଙ୍କ ଘରେ ଶନିବାର ଅଗ୍ନିକାଣ୍ଡ ଘଟି ସମୁଦାୟ ୬ ବଖରା ସଂପୂର୍ଣ୍ଣ ପୋଡ଼ି ଯାଇଥିବା ଆଭିଯୋଗ ହୋଇଛି। ସୂଚନାନୁଯାୟୀ, ଅଳିଆ ଗଦାରେ ଲଗାଯାଇଥିବା ନିଆଁ ଝୁଲ ପବନରେ ଉଡ଼ି ରବିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଧାନ, ଚାଉଳ, ଶସ୍ୟ ଓ ଆସବାବପତ୍ର ମିଶି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବାଉଁଶୁଣି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।
ତେବେ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ଶ୍ରୀ ବାଘଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଶଗଡ଼ା ପଞ୍ଚାୟତର ଝଗୁଡୁଗାଡ଼ିଆ ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗି ଗାଁ’ ଆଡକୁ ମାଡି ଆସୁଥିଲା। ଏ ସଂପର୍କରେ ଖବର ପାଇ ବାଉଁଶୁଣୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଅଗ୍ନିଶମ ଅଧିକାରୀ ହୃଷୀକେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/14.jpg)