ବନ୍ୟା ମୁକାବିଲା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଚିନ୍ତାଜନକ ହେଉଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ୬ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ୬ଟି ପ୍ରଭାବିତ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା, ଡି.କେ.ସିଂଙ୍କୁ କଟକ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣପଦ ସେଠୀଙ୍କୁ ଭଦ୍ରକ, ଭି.ଭି.ଯାଦବଙ୍କୁ ଯାଜପୁର ଓ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

 

ସୂଚନାଯୋଗ୍ୟ ଯେ ଲଘୁଚାପଜନିତ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖାରେ ବନ୍ୟା ଆସିଛି । ବିଶେଷକରି ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ୪୪ଟି ଗେଟ ଖୋଲାଯାଇଛି । ଏହା ଫଳରେ ଓଡ଼ିଶାର କଟକ,ଜଗତସିଂହପୁର, ପୁରୀ, ସମ୍ବଲପୁର, ବୌଦ୍ଧ ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ବ୍ରାହ୍ମଣୀରେ ବନ୍ୟା ଯୋଗୁଁ ଯାଜପୁରରେ ସ୍ଥିତି ଚିନ୍ତାଜନକ ରହିଛି ।

ସମ୍ବନ୍ଧିତ ଖବର