ଦ୍ବାରଶୁଣୀ ଘାଟିରେ ଦୁଃଖ ଦେଇଗଲା ବର୍ଷର ପ୍ରଥମ ବର୍ଷା; ପାଞ୍ଚ ଦୁର୍ଘଟଣାରେ ୬ ଆହତ, ଜଣେ ଗୁରୁତର

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦ୍ବାରଶୁଣୀ ଘାଟିରେ ବର୍ଷର ପ୍ରଥମ ବର୍ଷାରେ ୫ଟି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡ଼ିଛି। ଏଠାରେ କିଛି ଦିନ ବ୍ୟବଧାନ ପରେ ପୁଣି ଦୁର୍ଘଟଣା ହୋଇଛି। ଗତକାଲି ମଧ୍ୟରାତ୍ରିରୁ ୨୪ ଘଣ୍ଟା ମଧ୍ୟରେ ପାଞ୍ଚଟି ଦୁର୍ଘଟଣା ଘଟିଛି। ଜଣେ ଗୁରୁତର ଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ହେଲେ ଗାଡ଼ି ଗୁଡ଼ିକ ନଷ୍ଟ ହୋଇଛି।

ଗତରାତିରେ ଏକ କଣ୍ଟେନର ସହିତ ଟ୍ରକ ଦୁର୍ଘଟଣା ପରେ ଅନ୍ୟ ଦୁଇଟି ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଆଜି ଅପରାହ୍ନରେ ଲୁହାପଥର ବୈଝେଇ ଟ୍ରକ ସହିତ ଏକ କାର ଦୁର୍ଘଟଣା ପରେ ପରେ କଣ୍ଟେନରକୁ ଧକ୍କା ଦେଇଥିଲା ରାଇରଙ୍ଗପୁରରୁ ବାରିପଦା ଯାଉଥିବା ଯାତ୍ରୀବାହୀ ବସ୍‌ (ଜୟ ହନୁମାନ)। ଜଣେ ଯାଚ୍ରୀ ଗୁରୁତର ଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପରେ ସମସ୍ତଙ୍କୁ ଛାଡି ଦିଆଯାଇଛି। କିଛି ସମୟ ପରେ ଏକ କୁଣ୍ଡା ବୈଝେଇ ଟ୍ରକ୍‌ ଓଲଟି ପଡିଥିଲା। ଅପରାହ୍ନରେ ପ୍ରଥମ ବର୍ଷାରେ ଦୁର୍ଘଟଣା ଘଟିଛି। ଗୋଟିଏ ଦୁର୍ଘଟଣାକୁ ଛାଡି ଦେଲେ ସମସ୍ତ ଦୁର୍ଘଟଣା ଗାଡ଼ି ପଛକୁ ପଛ ଧକ୍କା ଦେବା ଯୋଗୁଁ ହୋଇଛି। ବର୍ଷାରେ ବ୍ରେକ୍‌ ଧରି ନଥିବା ରୁ ଦୁର୍ଘଟଣା ଘଟିଛି ବୋଲି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଡ୍ରାଇଭର କହିଛନ୍ତି। ସମସ୍ତ ଗାଡ଼ି ପୁଲିସ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର