ଧନକଉଡ଼ା: ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ ବନ୍ଧପାଲି ଗାଁରେ ଦେଖାଦେଇଛି ପାଗଳା କୁକୁର ଆତଙ୍କ। ଆଜି ଗୋଟିଏ ଦିନରେ ଜଣେ ବୃଦ୍ଧାଙ୍କ ସମେତ ୬ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆଜି ସକାଳେ କୁକୁରଟି ପ୍ରଥମେ ଗାଁର ଜଣେ ବୃଦ୍ଧା ଟେଭା ସେଟ୍ଙ୍କୁ କାମୁଡ଼ିଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ।
ଏହା ପରେ କୁକୁରଟି ଗଣେଶ ବାଗ, ଆକାଶ ଭୋସାଗର, ସରୋଜ ନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ ଓ ରବୀନ୍ଦ୍ର ନାୟକଙ୍କୁ କାମୁଡ଼ି ଥିଲା। ଗାଁ ଲୋକେ ଆହତଙ୍କୁ ବୁର୍ଲା ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। ମାତ୍ର, ବହୁ ସମୟ ଅପେକ୍ଷା ପରେ ବି ଆମ୍ବୁଲାନ୍ସ ନଆସିବାରୁ ସ୍ଥାନୀୟ ଯୁବକଙ୍କ ସହାୟତାରେ ଏକ ଘରୋଇ ଗାଡ଼ିରେ ସେମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/30-16.jpg)