ଭୁବନେଶ୍ୱର: ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି, ହୀରାକୁଦ ଡ୍ୟାମରୁ ଏବେ ୨୮ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ହୀରାକୁଦ ଜଳଭଣ୍ଡାରରୁ ଛଡ଼ା ଯାଇଥିବା ୨୪ ଗେଟର ପାଣି ମୁଣ୍ଡଳୀରେ ପହଞ୍ଚଛି। ସେଠାରେ ୬ ଲକ୍ଷ ୨୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ୨୮ଟି ଗେଟର ପାଣି ଆଜି ରାତି ୧୨ଟା ପରେ ପିକ୍ ରହି ପାସ୍ କରିବ। ଏହି ସମୟରେ ୭ରୁ ୭ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ। ଏହା ୪ରୁ ୫ ଘଣ୍ଟା ପିକ୍ ଜଳ ମୁଣ୍ଡଳୀରେ ପ୍ରବାହିତ ହେବ।
ହୀରକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି। ଉପରେ ମୁଣ୍ଡରେ ସାରଡିହି, କଲମା ବ୍ୟାରେଜରେ ଜଳ ପ୍ରବାହ କମିଛି। ସ୍ଥିତି ଦେଖି ଗେଟ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ। ତେବେ ତଳି ଅଞ୍ଚଳରେ କିଛି ସ୍ଥାନରେ ପାଣି ପଶିଛି। ରେଙ୍ଗାଲିରେ ଦୁଇଟି ଗେଟ ଖୋଲା ଅଛି। ଏଣେ ବୈତରଣୀରେ ବି ଜଳ କମୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Three_mor_Hirakud_gates_opened.jpg)