ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ହୁଣ୍ଡିରୁ ମୋଟ ୬ ଲକ୍ଷ ୧୨ ହଜାର ଟଙ୍କା ବାହାରିଥିବା ମାଆ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି। ତା' ସହିତ ହୁଣ୍ଡିରୁ ମା’ଙ୍କ ପାଇଁ ରୁପାର ଆଖି ମିଳିଥିଲା। ଏଥର ମଧ୍ୟ କିଛି ଚିଠି ହୁଣ୍ଡିରୁ ବାହାରିଛି।
କେହି ଭକ୍ତ ଋଣ ସୁଝିଦେବାକୁ ଗୁହାରି କରିଥିବାବେଳେ କିଏ ବିବାହ ପାଇଁ ତ ଆଉ କିଏ ଚାକିରି ପାଇଁ ମା’ଙ୍କୁ ଚିଠି ମାଧ୍ୟମରେ ଗୁହାରି କରିଥିଲେ।