ଆଉ ୬ ଜଣ ସଂକ୍ରମିତଙ୍କ ପ୍ରାଣ ଗଲା, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୫୯୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୩୩ଜଣଙ୍କର ମୃତ୍ୟୁ ଘଟିଛି।

ମୃତକମାନଙ୍କ ଭିତରୁ ଗଞ୍ଜାମରୁ ୩, ରାୟଗଡ଼ା, ଗଜପତି ଓ ଭଦ୍ରକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଅଛନ୍ତି । ଗଞ୍ଜାମର ୪୪ ବର୍ଷିୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଗଞ୍ଜାମର ୫୦ ଓ ୫୯ ବର୍ଷୀୟ ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି। ଗଜପତିର ଜଣେ ୫୩ ବର୍ଷିୟ ପୁରୁଷଙ୍କର କରୋନାରେ ମୃତ୍ୟୁ ଘଟିଛି। ରାୟଗଡ଼ାର ୭୧ ବର୍ଷିୟ ମୃତକଜଣକ ମଧୁମେହ , କିଡନି ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ | ଅପରପକ୍ଷରେ ଭଦ୍ରକର ୬୦ ବର୍ଷିୟ ମୃତକଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ | ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏହି ୬ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ରାଜ୍ୟରେ ମୋଟ୍ ୧୪,୩୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୪୮ ରହିଛି।

ସମ୍ବନ୍ଧିତ ଖବର