ଆଉ ୬ ଜଣ ସଂକ୍ରମିତଙ୍କ ପ୍ରାଣ ଗଲା, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରୋ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଏହି ୬ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ମୃତକମାନଙ୍କ ଭିତରୁ ୫ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାର ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାର ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି ଓ ଖୋର୍ଦ୍ଧାରେ କରୋନାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି।

image source–cdc

ମୃତକମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ୪୧ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ | ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଅଛନ୍ତି ଯିଏ ବି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ | ଗଞ୍ଜାମ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଡାଇବେଟିସ୍ କେଟୋଏସିଡୋସିସ୍ ରୋଗରେ ପୀଡ଼ିତା ଥିଲେ | ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଅଛନ୍ତି, ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ| ଆଉ ଜଣେ ଗଞ୍ଜାମ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଅଛନ୍ତି|
ଖୋର୍ଦ୍ଧା ଜିଲ୍ଲାର ଜଣେ ୮୬ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ଘଟିଛି, ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତା ଥିଲେ |

ସମ୍ବନ୍ଧିତ ଖବର