ସମ୍ବଲପୁର : ସୋମବାର ହୀରାକୁଦ ଜଳସ୍ତର ୬୨୯.୫ ଫୁଟ୍ ଅତିକ୍ରମ କରିବା ପରେ ଜଳପ୍ରବାହ ଓ ନିଷ୍କାସନକୁ ସମତୁଲ କରିବା ପାଇଁ ପୁଣି ଗେଟ୍ ଖୋଲା ଯାଇଥିଲା। ରବିବାର ୪ଟି ଗେଟ୍ ଖୋଲା ଥିଲାବେଳେ ସୋମବାର ଦୁଇଟି ପର୍ଯ୍ୟାୟରେ ୩ଟି ଲେଖାଏଁ କରି ମୋଟ ୬ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିଲା। ଏହାପରଠାରୁ ଉଭୟ ଜଳପ୍ରବେଶ ଓ ନିଷ୍କାସନକୁ ସମାନ ରଖାଯାଇଛି । ଫଳରେ ଦିନ ୧୨ଟା ପରଠାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୬୫ ଫୁଟ୍ରେ ସ୍ଥିର ରହିଛି। ସୋମବାର ରାତି ୯ଟା ବେଳକୁ ଜଳସ୍ତର ସେତିକି ଥିଲାବେଳେ ଜଳଭଣ୍ଡାରକୁ ୧,୯୦,୯୭୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ସ୍ପିଲ୍ୱେ’ ସମେତ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ସ୍ପିଲ୍ୱେର ମୋଟ ୧୦ଟି ଗେଟ୍ ଦେଇ ୧,୬୪,୧୨୦ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୨୨,୭୮୯ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩୦୬୧ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ୍ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୯୦ କ୍ୟୁସେକ୍ ଓ ଶିଳ୍ପସଂସ୍ଥା ପାଇଁ ୨୮୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ହୀରାକୁଦ ତଳମୁଣ୍ଡ ଖଇରମାଳଠାରେ ୧ ଲକ୍ଷ ୬୨ ହଜାର କ୍ୟୁସେକ୍, ବରମୂଳଠାରେ ୧ ଲକ୍ଷ ୯୮ ହଜାର କ୍ୟୁସେକ୍ ଏବଂ ମୁଣ୍ଡଳିଠାରେ ୩ ଲକ୍ଷ ୪୮ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୨.୭୩ ମିଲିମିଟର୍ ଓ ତଳ ମୁଣ୍ଡରେ ୧୦.୦୬ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ହୀରାକୁଦ ବନ୍ଧ ଭରିବାକୁ ଆଉ ୩ ଇଞ୍ଚ ବାକି, ପୁଣି ୬ ଗେଟ୍ ଖୋଲିଲା
/sambad/media/post_attachments/wp-content/uploads/2020/08/SBPHO28-SBP-Hirakud-Dam-Water-Discharge-750x430.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)