ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନିର୍ବାଚନ ପୂର୍ବରୁ ମାଓ ସଂଗଠନର ୨ ଜଣ ନକ୍ସଲ ସହଯୋଗୀଙ୍କ ସହ ୪ ଜଣ ନକ୍ସଲକୁ ଗିରଫ କରିଛି ସୁକମା ପୁଲିସ। ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପୁଲିସ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିବା ସହ ଯାଞ୍ଚ କରୁଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପଚରାଉଚରା କରୁଛି। ସେହିପରି ସୀମାକୁ ସିଲ କରାଯାଇଛି। ଓଡିଶାରୁ ଛତିଶଗଡ ଏବଂ ଛତିଶଗଡର ଓଡିଶାକୁ ଆସୁଥିବା ସମସ୍ତ ଗାଡି ଏବଂ ବ୍ୟକ୍ତିାମାନଙ୍କୁ ଅଟକାଇ ଯାଞ୍ଚ କରାଯାଉଛି। ଏହି ପରିପ୍ରେକ୍ଷୀରେ ଡିଆରଜି ଯବାନ ପେଟ୍ରୋଲିଂ କରୁଥିବା ବେଳେ କିଛି ଲୋକଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଧରି ପଚରାଉଚରା କରିବା ସମୟରେ ସେମାନଙ୍କଠାରୁ ମାଓ ସାମଗ୍ରୀ ଜବତ କରିଥିଲା। ତୁରନ୍ତ ସମସ୍ତ ମିଲିସିଆ ଏବଂ ନକ୍ସଲକୁ ଗିରଫ କରାଯାଇଛି।

Advertisment

ଏମାନେ କେରଳାପାଲ ଅଂଚଳର ବୋଲି ପୁଲିସ କହିଛି। ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି। ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ନକ୍ସଲ ନିଜର ଯୋଜନା ପ୍ରସ୍ତୁତ କଲେଣି। ତେଣୁ ଗୁଇନ୍ଦା ବିଭାଗକୁ ସତର୍କ କରାଯାଇଛି। କୌଣସି ଅଘଟଣ ନଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।ଏହି ନକ୍ସଲମାନେ ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥାନ୍ତେ। ଭୋଟ ବର୍ଜନ କରିବାକୁ ଭୟ ଦେଖାଇଥାନ୍ତେ ବୋଲି ପୁଲିସ କହିଛି।

publive-image

ସର୍ଚ୍ଚ ଅପରେସନ କରୁଥିବା ବେଳେ ସୁକମା ପୁଲିସକୁ ମାଓ ଡମ୍ପ ଉଦ୍ଧାର କରିଥିଲେ।ଏଥିରେ ବିସ୍ଫୋରକ ସହ ମାଓ ସାମଗ୍ରୀ ଗଚ୍ଛିତ ହୋଇ ରହିଥିଲା। ପୁଲିସ ଏହି ଡମ୍ପରୁ ୧୯ଟି ବିଜିଏଲ ବମ,୫ କିଲୋ ଓଜନର ୪ଟି ଲ୍ୟାଣ୍ଡମାଇନ ସହ ବହୁ ସଂଖ୍ୟାରେ ବିସ୍ଫୋଟକ ଏବଂ ମାଓ ସାମଗ୍ରୀ ଜବତ କରିଛି।