ରାଜ୍ୟର ୧୪ ନୂଆ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ବିଦେଶ ଫେରନ୍ତା, ସ୍ଥାନୀୟ ସଂକ୍ରମଣ ଯୋଗୁଁ ୮ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ଚିହ୍ନଟ‌ ହୋଇଥିବା ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂପର୍କରେ ରାଜ୍ୟ ସରକାର ତଥ୍ୟ ଦେଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ ବିଦେଶରୁ ଆସିଥିବା ‌ବେଳେ ଅନ୍ୟ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି। ତେବେ ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୩ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଛନ୍ତି। ସେହିଭଳିି ନରୱେ,କତାର ଓ ସିଙ୍ଗାପୁରରୁ ଜଣେ ଲେଖାଏଁ ଆସିଛନ୍ତି।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୧ ତାରିଖ ଠାରୁ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୭୫ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଏଲ୍‌ଏସ୍‌ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସୂଚନା ଦିଆଯାଇଛି। ଓମିକ୍ରନ୍‌କୁ ବାଦ୍‌ ଦେଲେ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି। ଏବେ ରାଜ୍ୟରେ ପୁଣି ୧୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାର ଅଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଛି। ଗତ ୧୨ଦିନ ଭିତରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ।

ଓଡ଼ିଶାରେ ଓମିକ୍ରନ୍‌ ମାମଲା

ଜାନୁଆରି୮-୧୪
ଜାନୁଆରି ୫- ୨୪
ଜାନୁଆରି ୨ – ୨୩
ଡିସେମ୍ବର ୩୦ – ୫
ଡିସେମ୍ବର ୨୯ – ୧
ଡିସେମ୍ବର ୨୬ – ୪
ଡିସେମ୍ବର ୨୩ – ୨
ଡିସେମ୍ବର ୨୧ – ୨

ସମ୍ବନ୍ଧିତ ଖବର