କୋରାପୁଟ: ପଥର ତଳେ ଚାପି ହୋଇ ରହିଥିବା ଜେସିବି ଅପରେଟର୍ଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ନୂଆ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିୟନ୍ତ୍ରିତ ବିସ୍ଫୋରଣ (କଣ୍ଟ୍ରୋଲ ବ୍ଲାଷ୍ଟିଂ) ମାଧ୍ୟମରେ ପଥର କାଢ଼ିବା ସମ୍ଭବପର ନହେବାରୁ ବିସ୍ଫୋରକ ଲଗାଇ ବ୍ଲାଷ୍ଟିଂ କରାଯିବ। ଆସନ୍ତାକାଲିଠାରୁ ଏହି ନୂଆ ପଦକ୍ଷେପ ଗ୍ରହଣ କରାଯିବ। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓ ଏବଂ ହୋମଗାର୍ଡ ଓ ଅଗ୍ନିଶମ ଆଇଜି ରାଜେଶ କୁମାର ଆଜି ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି।
ବୋରିଗୁମ୍ମା ବ୍ଲକ ବରିପୁଟ ନିକଟରେ ଥିବା ଗୁମ୍ମା ପଥର କୁଅାଁରି ଦୁର୍ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଶେଷ ହୋଇନି। ସେନା ପକ୍ଷରୁ କଣ୍ଟ୍ରୋଲ ବ୍ଲାଷ୍ଟିଂ (ନିୟନ୍ତ୍ରିତ ବିସ୍ଫୋରଣ) କରାଯାଇଥିଲେ ମଧ୍ୟ ସବୁ ପଥରକୁ ହଟାଯାଇପାରିନି। ପଥର ସନ୍ଧିରେ ରାସାୟନିକ ପଦାର୍ଥ ରଖି ବିସ୍ଫୋରଣ କରାଯିବାକୁ କଣ୍ଟ୍ରୋଲ ବ୍ଲାଷ୍ଟିଂ କୁହାଯାଉଛି। ଏହାଦ୍ୱାରା କମ୍ ଶବ୍ଦ ହେବା ସହିତ ପଥର ବେଶୀ ବାଟ ଯାଏ ଛିଟିକିବ ନାହିଁ। ପଥର ତଳେ ରହିଥିବା ଜେସିବି ଅପରେଟର୍ଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ହେବ ନାହିଁ। ଯେଉଁଥିପାଇଁ କଣ୍ଟ୍ରୋଲ ବ୍ଲାଷ୍ଟିଂ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା କରାଯିବା ପରେ ଉଦ୍ଧାର କାର୍ଯ୍ୟ ସଫଳ ହେଲା ନାହିଁ। ଫଳରେ, ଡିନାମାଇଟ୍ ଭଳି ବିସ୍ଫୋରକ ସାମଗ୍ରୀ ଲଗାଇ ବ୍ଲାଷ୍ଟିଂ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଛି।
ମଙ୍ଗଳବାର ପରୀକ୍ଷାମୂଳକ ଭାବେ ବିସ୍ଫୋରକ ଲଗାଇ ଗୋଟିଏ ବ୍ଲାଷ୍ଟିଂ କରାଯାଇଛି। ବୁଧବାର ଆବଶ୍ୟକ ଅନୁଯାୟୀ ବ୍ଲାଷ୍ଟିଂ କରି ପଥର କଢାଯିବା ପରେ ମୃତଦେହ ମିଳିବ ବୋଲି ଅନୁମାନ କରାଯାଉଛି। ଅପରପକ୍ଷରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଵିତ ନ ହେବା ପଛରେ ବର୍ଷା ଓ ଖରାପ ପାଗ ଆଉ ଏକ କାରଣ। ପର୍ଯ୍ୟନ୍ତ ଜଣେ ଜେସିବି ଅପରେଟରଙ୍କ ଗୋଟିଏ ହାତ ଓ ମୁହଁ ଦିଶୁଥିଲେ ମଧ୍ୟ ତାଙ୍କ ମୃତଦେହକୁ ବାହାର କରାଯାଇ ପାରିନାହିଁ। ଅନ୍ୟ ଜଣେ ଅପରେଟରଙ୍କ କୌଣସି ସନ୍ଧାନ ମିଳିନି। ସମଗ୍ର ଅଂଚଳକୁ କଡା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଥିଲା ବେଳେ ଘଟଣାସ୍ଥଳରୁ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଛଡାଯାଉ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/jpr-Boriput.jpg)