ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ଘଟଣାରେ ୬ ଗିରଫ

କଟକ: ଗୁରୁଡ଼ିଝାଟିଆ ସମବାୟ ସମିତି ଋଣ ଜାଲିଆତି ଘଟଣାରେ ସଂପୃକ୍ତ ଥିବା ୬ ଜଣଙ୍କୁ ଗିରଫ କଲା ଗୁରୁଡ଼ିଝାଟିଆ ପୁଲିସ। ଏନେଇ ସୂଚନା ଦେଇଛନ୍ତି ଚୌଦ୍ବାର ଏସଡିପିଓ ସତ୍ୟବ୍ରତ ଲେଙ୍କା। ତାଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୋସାଇଟିର ପିଅନ , ସେକ୍ରେଟାରି, ଆସିଷ୍ଟାଣ୍ଟ ସେକ୍ରେଟାରିଙ୍କ ସହ ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର କ୍ୟାସିୟର, ସୁପରଭାଇଜର ଓ କ୍ଲର୍କ ଅଛନ୍ତ।

ଦୀର୍ଘଦିନ ଧରି ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚାଷୀମାନେ ଆଠଗଡ଼ରେ ବିଭିନ୍ନ ଆନ୍ଦୋଳନ ଠାରୁ ଆରମ୍ଭ କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଶହଶହ ଚାଷୀଙ୍କ ନାଁରେ ସମବାୟ ସମିତିରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଋଣ କରି ହଡ଼ପ କରିଥିବା ନେଇ ଗୁରୁଡ଼ିଝାଟିଆ ଥାନାରେ ହୋଇଥିଲା ଏତଲା। ଏମାନଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର ସହ ଠକେଇ ଓ ସରକାରୀ କାଗଜପତ୍ର ଜାଲିଆତି କରିବା ଭଳି ଦଫା ଲାଗିଛି ବୋଲି କହିଛନ୍ତି ସିଡିପିଓ।

ସମ୍ବନ୍ଧିତ ଖବର