ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍: ୬ ପୁଲିସ୍ କର୍ମଚାରୀ ନିଲମ୍ବିତ

କଟକ: ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ହେବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାରେ ଜଣେ ହାବିଲଦାର ଓ ୫ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି।

ହାଇଦର ଫେରାର ଘଟଣାରେ ୬ ଜଣଙ୍କୁ ନିଲମ୍ବନ କଲେ କରିଛନ୍ତି ସମ୍ବଲପୁର ଏସପି। ନିଲମ୍ବିତ କର୍ମଚାରୀମାନେ ହେଲେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନେଷ୍ଟବଳ ବୁଲବୁଲ ସାହୁ, ଦୀପକ ସାହୁ, ଏମ ଡି ମୌସୁମ, ଉମାକାନ୍ତ ବେହେରା ଏବଂ ସୁଧାଂଶୁ ମାଝୀ।

ଅନ୍ୟପଟେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ଖବର। ବିଶ୍ୱସ୍ତ ସ୍ୱତ୍ରରୁ ମିଳିଥିବା ସୂଚନା ଅନୁସାରେ ହାଇଦରର ଫେରାର ହେବା ପଛରେ କଟକ ସହଯୋଗୀଙ୍କ ଲିଙ୍କ ରହିଛି। କଟକର ଜଣେ ସହଯୋଗୀ ହାଇଦରକୁ ଫେରାର କରିବାରେ ସହଯୋଗ କରିଥିବା ସୂଚନା ମିଳିଛି।  ବଡ଼ କଥା ହେଉଛି ହାଇଦର କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଲୁଚିଛପି ଫୋନ ବ୍ୟବହାର କରୁଥିଲା । ଆଉ ଏହି ଫୋନ ସହାୟତାରେ ସହଯୋଗୀଙ୍କ ଯୋଗାଯୋଗରେ ଥିଲା। ଏହାପରେ ସହଯୋଗୀ ହାଇଦରଙ୍କୁ ଫେରାର ହୋଇଥିବାରେ ସାହାଯ୍ୟ କରିଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ୨ ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ଜେଲରେ ଆଜୀବନ କଏଦୀ ଭାବେ ବନ୍ଦୀ ହୋଇଥିଲା । ମାତ୍ର ତା’ର ଦେହ ଅସୁସ୍ଥ ହେବାକୁ ତାକୁ ପ୍ରଥମେ ବୁର୍ଲା ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା। ଗତକାଲି ସେ ଏସସିବି ମେଡିକାଲରୁ ଫେରାର୍ ହୋଇଯାଇଥିଲା।

 

 

ସମ୍ବନ୍ଧିତ ଖବର