ଦିଗପହଣ୍ଡି: ଭୁବନେଶ୍ବର ସୂର୍ଯ୍ୟନଗରର ଅଞ୍ଚଳର ପ୍ରଦୀପ୍ତ ଦଳବେହେରା ନାମକ ଜଣେ ବ୍ୟକ୍ତିଙ୍କ କରୋନା ପଜିଟିଭ୍ ଚିହ୍ନଟ ପରେ ରାଜ୍ୟ ସରକାର ସଟ୍‌ଡାଉନ୍ ଘୋଷଣା କରିଛନ୍ତି। ଏହାସହ ସୂର୍ଯ୍ୟନଗର ଅଞ୍ଚଳକୁ ମଧ୍ୟ ସଂପୂର୍ଣ୍ଣ ଭାବେ ସିଲ୍ କରିଦିଆଯାଇଛି। ହେଲେ ଗଳାବାଟ ଦେଇ ଉକ୍ତ ଅଞ୍ଚଳରୁ ଏକ ପରିବାରର ୬ଜଣ ସଦସ୍ୟ ଲୁଚି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଇଲାକାକୁ ଆସିଥିବା ଜଣାପଡ଼ିଥିଲା। ଥାନାଧିକାରୀ ବସନ୍ତ ସେଠୀ ବିଶେଷ ସୂତ୍ରରୁ ସୂଚନା ପାଇ ସଦଳବଳ ଚଢ଼ଉ କରି ସେମାନଙ୍କୁ ଉଦ୍ଧାର କରିଛନ୍ତି।

Advertisment

ଗତକାଲି ଗୋଟିଏ ପରିବାରର ୫ଜଣ ପୁରୁଷ ଓ ଜଣେ ମହିଳା ମିଶି ଏକ ଡାଲା ଅଟୋ ଯୋଗେ ଫାସିଗୁଡ଼ା ଚାଲିଆସିଥିଲେ। ଗତ ବିଳମ୍ବିତ ରାତି ୨ଟାରେ ଥାନାଧିକାରୀ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲେ। ହେଲେ ସେମାନେ ପୁଲିସ ଆସୁଥିବା ଜାଣି ଏକ ଅଟୋ ଦ୍ବାରା ଆଉ ଏକ ଇଲାକାକୁ ପଳାଇବାକୁ ଯୋଜନା କରୁଥିବା ବେଳ‌େ ଥାନାଧିକାରୀ ପିଛା କରି ଜଣକ ଘରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ୬ଜଣଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟପରୀକ୍ଷା ପାଇଁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦିଗପହଣ୍ଡି ଥାନାଧିକାରୀଙ୍କ ତ୍ବରିତ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।