ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ୭ ଡକାୟତଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରିଲା ରାଉରକେଲା ପୁଲିସ୍‌

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ୍‌ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ଖବର ମିଳିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା କୁହାଯାଉଛି। ଗିରଫ ୬ ଜଣ ପେସାଦାର ଅପରାଧୀ ହୋଇଥିବା ବେଳେ ଅନେକ ଡକାୟତି ମାମଲାରେ ଜଡ଼ିତ ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଏକ ସପ୍ତାହ ପୂର୍ବେ ରବିବାର ରାତିରେ ସାତ ଜଣ ଡକାୟତ ଚୋରି କରିବା ଉଦ୍ଦେଶ୍ୟରେ ମାରଣାସ୍ତ୍ର ଧରି ଏକ ଷ୍ଟୋନ କ୍ରସରରେ ପଶିଥିଲେ । କ୍ରସରରେ ଥିବା କେୟାର ଟେକର ସେଠାରେ ସେଠାରେ ନିଜ ସ୍ତ୍ରୀଙ୍କ ସହିତ ରହୁଥିଲେ । ତେବେ ସ୍ବାମୀ ତଳେ ଶୋଇଥିବା ବେଳେ ସ୍ତ୍ରୀ ଉପର ମହଲାରେ ଶୋଇଥିଲେ । ହେଲେ ଡକାୟତମାନେ କ୍ରସରରେ ପଶି ମାରଣାସ୍ତ୍ର ଦେଖାଇ କେୟାର ଟେକରର ସ୍ତ୍ରୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ପରେ ଦୁଷ୍କର୍ମକାରୀମାନେ ସେଠାରୁ ୨୦ ଟି ମୋଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ପଳାଇଥିଲେ।


ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ଉକ୍ତ ଦୁଷ୍କର୍ମକାରୀମାନଙ୍କୁ ଧରିବା ଲାଗି ତନାଘନା ଚଳାଇଥିଲା।
ଅବଶେଷରେ ସେହି ୭ ଡକାୟତଙ୍କ ମଧ୍ୟରୁ ୬ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏନେଇ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ସାତ ଅଭଯକ୍ତମାନେ ହେଲେ ନବୀନ ଲାକ୍ରା, ରାନେଇ ଏକ୍କା, ସନ୍ଦୀପ ସୋନକାର, ମଞ୍ଜିତ ଚୌହାନ, ଆନନ୍ଦ ଗୌଡ଼, ଅଜିତ କିଶାନ ଏବଂ ବିନୋଦ କୁଜୁର। ଗିରଫ ଛଅ ଅଭିଯୁକ୍ତଙ୍କୁ ଆଜି ପୁଲିସ କୋର୍ଟ ଚାଲାଣ କରିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର