ଆନନ୍ଦପୁର : ଘସିପୁରା ଥାନା କେଶଦୁରାପାଳ ନିକଟ କାଠପାଳରୁ ଜଣେ ବୃଦ୍ଧଙ୍କ ନିକଟରୁ ୬ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁଇଜଣ ଦୁର୍ବୃତ୍ତ। ରାଧିକାଦେଈପୁର ପଞ୍ଚାୟତ ଖଳିପାଟିଆ ଗ୍ରାମର ରାମ ସୋରେନ୍ (୬୦) ଆଜି ପୂର୍ବାହ୍ନରେ କେଶଦୁରାପାଳ ୟୁନିଅନ୍ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ। ଦିନ ୧୨ଟାବେଳେ ବ୍ୟାଙ୍କରୁ ୬ ହଜାର ଟଙ୍କା ଉଠାଇ ସାଇକଲରେ ଘରକୁ ଯାଉଥିଲେ।

Advertisment

ଦିନ ପ୍ରାୟ ସାଢ଼େ ୧୨ଟାବେଳେ କାଠପାଳ ନିକଟରେ ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ତାଙ୍କ ଟଙ୍କା ତଳେ ପଡ଼ିଯାଇଛି ବୋଲି କହିଥିଲେ। ରାମ ଅଟକିବା ମାତ୍ରେ ଉଭୟ ଯୁବକ ତାଙ୍କ ପକେଟରୁ ୬ ହଜାର ଟଙ୍କା, ବ୍ୟାଙ୍କ ପାସବୁକ୍ ଓ ଆଧାରକାର୍ଡ ନେଇ ଚମ୍ପଟ ମାରିଥିଲେ। ଲୁଟେରାମାନେ ବ୍ୟାଙ୍କରୁ ତାଙ୍କ ପିଛା କରିଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି।