ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ଝାରସୁଗୁଡା ୟାର୍ଡରେ ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ନନ୍‌ ଇଣ୍ଟରଲକିଂ କାର୍ଯ୍ୟ ହେବାକୁ ଯାଉଛି। ଏଥିରେ ଚତୁର୍ଥ ରେଳ ଲାଇନ ମୁଖ୍ୟ ରେଳ ଲାଇନ ସହ ସଂଯୋଗ କରାଯିବ। ଏଥି ସକାଶେ ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ରୁଟ୍‌ରେ ଯାତାୟତ କରୁଥିବା ୬ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ଏଥି ମଧ୍ୟରେ ରହିଛି ଇସ୍ପାତ ଏକ୍ସପ୍ରେସ୍‌,  ରାଉରକେଲା-ଝାରସୁଗୁଡା ମେମୁ,  ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ, ଗୋଣ୍ଡିଆ-ଝାରସୁଗୁଡା ପାସେଞ୍ଜର, ଝାରସୁଗୁଡା-ଗୋଣ୍ଡିଆ ପାସେଞ୍ଜର।

Advertisment

ଆସନ୍ତା ୨୬ରେ ହାୱଡା-ଟିଟିଲାଗଡ/କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି। ରାଉରକେଲା-ଝାରସୁଗୁଡା ମେମୁ (୦୮୧୬୮) ପାସେଞ୍ଜର ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ (୦୮୧୭୧/୦୮୧୭୨) ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଅନୁରୂପ ଭାବେ ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ (୦୮୧୬୯/୦୮୧୭୦) ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଗୋଣ୍ଡିଆ-ଝାରସୁଗୁଡା ପାସେଞ୍ଜର (୦୮୮୬୧) ଆସନ୍ତା ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଝାରସୁଗୁଡା-ଗୋଣ୍ଡିଆ ପାସେଞ୍ଜର (୦୮୮୬୨) ଆସନ୍ତା ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି।