ଭୁବନେଶ୍ୱର: ଆଜି ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ଅପରପକ୍ଷରେ ବେଳେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ୭ ପ୍ରତିଶତ ଭୋଟିଂ ହୋଇଛି।
କଳାହାଣ୍ଡିର କଂଗ୍ରେସ ଲୋକସଭା ପ୍ରାର୍ଥୀ ଭକ୍ତ ଚରଣ ଦାସ ଏବଂ ତାଙ୍କ ପୁଅ ତଥା ଭବାନୀପାଟଣା କଂଗ୍ରେସ ବିଧାନସଭା ପ୍ରାର୍ଥୀ ସାଗର ଚରଣ ଦାସ ଏବଂ ଭବାନୀପାଟଣା ବିଜେଡି ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାୟକ ଏବଂ କଂଗ୍ରେସର ଜୟପୁର ବିଧାନସଭା ପ୍ରାର୍ଥୀ ତାରା ବାହିନୀପତି ଏବଂ ରାୟଗଡ଼ା ବିଜେଡି ବିଧାନସଭା ପ୍ରାର୍ଥୀ ଲାଲ ବିହାରୀ ହିମରିକା ପ୍ରମୁଖ ଇତିମଧ୍ୟରେ ନିଜର ମନଦାନ ଅଧିକାର ସାବ୍ୟସ୍ତ କରିସାରିଲେଣି।ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ଲୋକସଭା ପ୍ରାର୍ଥୀ ବସନ୍ତ ପଣ୍ଡା ସପରିବାର ଧରି ମତଦାନ କେନ୍ଦ୍ରକୁ ଆସି ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ୍ ଦେଇଛନ୍ତି।/sambad/media/post_attachments/wp-content/uploads/2019/04/tara-bahini-1.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/voting_election_pti_750_0.jpg)