କୁଆମରା: କାମାନ୍ଧ କବଳରୁ ୪ ବର୍ଷର ଶିଶୁକନ୍ୟାକୁ ବି ବାଦ୍ ପଡ଼ିଲାନି। ଘର ପାଖରୁ ଉଠାଇ ନେଇ କୋମଳମତି ଶିଶୁକନ୍ୟାଟିକୁ ଜଣେ ଯୁବକ ଦୁଷ୍କର୍ମ କରିଥିବାବେଳେ ଗ୍ରାମବାସୀ ଅଭିଯୁକ୍ତକୁ ଧରି ନିର୍ଘାତ ମାଡ଼ ମାରିଛନ୍ତି। ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଗୋପବନ୍ଧୁନଗର ବ୍ଲକ୍ ପୁରୁଣା ବାରିପଦା ଅଞ୍ଚଳର ଏକ ଗ୍ରାମରେ ଏହି ୪ ବର୍ଷର ଶିଶୁକନ୍ୟାଟି ଘର ପାଖରେ ଖେଳୁଥିଲା। ଏହି ସମୟରେ ଏମ୍ଡି ମାଣ୍ଟୁ ସେକ ନାମକ ଜଣେ ଯୁବକ ଶିଶୁକନ୍ୟାଟିକୁ ଭୁଲାଇ ଗାଁ ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ଡାକିନେଇ ସେଠାରେ ତା’ ସହ ଦୁଷ୍କର୍ମ କରିଥିଲା। ସଂଧ୍ୟାରେ ଏ କଥା ଜଣାପଡ଼ିବା ପରେ ଘର ଲୋକ ଓ ଗ୍ରାମବାସୀ ମାଣ୍ଟୁକୁ ବାନ୍ଧି ପକାଇବା ସହ ନିର୍ଘାତ ମାଡ଼ ମାରିଥିଲେ। ଖବର ପାଇ ଯୁବନେତା କମଳାକାନ୍ତ ଚୌଧୁରୀ ଓ କୁଆମରା ଫାଣ୍ଡି ପୁଲିସ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅଭିଯୁକ୍ତକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରୁ ଉଦ୍ଧାର କରି କୁଆମରା ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ବାରିପଦା ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଏମ୍ଡି ମାଣ୍ଟୁ ସେକର ଘର ପଶ୍ଚିମବଙ୍ଗରେ ଏବଂ ଏଠାରେ ସେ ୩ ବର୍ଷ ହେଲା ରହି ରାଜମିସ୍ତ୍ରି ଭାବେ କାମ କରୁଥିଲା। ସବିଶେଷ ସୂଚନା ଅନୁଯାୟୀ, ପୁଲିସ ଗ୍ରାମରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଛି। ଆସନ୍ତାକାଲି ଶିଶୁକନ୍ୟାର ଡାକ୍ତରୀ ମାଇନା ହେବ ବୋଲି ଜଣାପଡ଼ିଛି।
୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ!
ମାଡ଼ ଖାଇ ଅଭିଯୁକ୍ତ ଯୁବକ ଡାକ୍ତରଖାନାରେ ଭର୍ତି
/sambad/media/post_attachments/wp-content/uploads/2020/11/rape.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)