ଅନ୍‌ଲାଇନ୍‌ରେ ୬୦ କୋଟି ଠକେଇ ଘଟଣା: ଜିଲ୍ଲା ଏସ୍‌ପିଙ୍କୁ କ୍ରାଇମବ୍ରାଞ୍ଚର ତଦନ୍ତ ନିର୍ଦ୍ଦେଶ

ଏତଲା ପାଇଁ ଗଣମାଧ୍ୟମରେ ବିଜ୍ଞାପନ ଦେବେ, କ୍ରାଇମବ୍ରାଞ୍ଚରେ ୩ ଜମାକାରୀଙ୍କ ପୃଥ୍‌କ ଏତଲା

କଟକ: କ୍ଲାଉଡ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ନାଁରେ ଅନଲାଇନରେ ଚିଟ୍‌ ଫଣ୍ତ କାରବାରର ପାଖାପାଖି ୬୦ କୋଟି ଟଙ୍କା ଠକେଇ ଅଭିଯୋଗର ପ୍ରାଥମିକ ତଦନ୍ତ ପାଇଁ ମୟୁରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ଏସପିଙ୍କୁ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛି। ଅଧିକ ପରିମାଣର ଠକେଇ ଏହି ଦୁଇ ଜିଲ୍ଲାରେ ହୋଇଥିବା ଅଭିଯୋଗ ଆସିଥିବାରୁ ଜିଲ୍ଲା ଏସପି ଏହାର ତଦନ୍ତ କରି କ୍ରାଇମବ୍ରାଞ୍ଚରେ ରିପୋର୍ଟ ଦାଖଲ କରିବେ। ନିର୍ଦ୍ଦିଷ୍ଟ ଭାବେ ନିଜ ଜିଲ୍ଲାରେ କେତେ ସ˚ଖ୍ୟାରେ ଜମାକାରୀ ଏହି ସ˚ସ୍ଥା ଦ୍ବାରା ଠକେଇର ଶିକାର ହୋଇଛନ୍ତି ଏବ˚ ଠକେଇ ପରିମାଣ ସମ୍ପର୍କରେ ଏସପି କ୍ରାଇମବ୍ରାଞ୍ଚକୁ ରିପୋର୍ଟ ଦେବେ। ଏସପିଙ୍କ ରିପୋର୍ଟ ଆଧାରରେ ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା)ମାମଲା ତଦନ୍ତ ଭାର ଗ୍ରହଣ କରିବାକୁ ଯୋଜନା କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାରୁ ଅର୍ଥତତ୍ତ୍ବ, ରୋଜଭ୍ୟାଲି, ଏଟି ଗ୍ରୁପ, ସି ସୋର ଭଳି ଚିଟ୍‌ ଫଣ୍ତ ଠକ ସ˚ସ୍ଥା ଜମାକାରୀଙ୍କ ଟଙ୍କା ଲୁଟିବା ଘଟଣା ପରେ ଏବେ ଅନଲାଇନରେ ବିଦେଶୀ ଠକ ସ˚ସ୍ଥା ଓଡ଼ିଶାରୁ ଟଙ୍କା ଲୁଟିନେବା ଘଟଣା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି। ବିଦେଶୀ ସ˚ସ୍ଥା କ୍ଲାଉଡ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ଠକ ସ˚ସ୍ଥା ବିରୋଧରେ ଜମାକାରୀଙ୍କ କ୍ରାଇମବ୍ରାଞ୍ଚକୁ ଧାଡ଼ି ଲମ୍ବିଲାଣି। ଅନଲାଇନରେ ଚିଟ୍‌ ଫଣ୍ତ ମାମଲାରେ ହାଇଦ୍ରାବାଦ୍‌ ଇଓଡବ୍ଲୁ ଚଳିତ ବର୍ଷ ଅନଲାଇନ୍‌ ଚିଟଫଣ୍ତ କାରବାର ମାମଲାରେ ସାଇବର‌୍‌ ଠକଙ୍କୁ ଗିରଫ କରିଥିଲା। ଚାଇନାର ସାଇବର‌୍‌ ଠକଙ୍କ ସମ୍ପୃକ୍ତି ସାମନାକୁ ଆସିଥିଲା। ଜମାକାରୀଙ୍କୁ ଦିନକୁ ୧୧ ପ୍ରତିଶତ ସୁଧ ମିଳିବା ନେଇ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ। ବେଙ୍ଗାଲୁର ପୁଲିସ ଗଲା ଏପ୍ରିଲରେ ସାଇବର ଠକଙ୍କୁ ଗିରଫ କରିଥିଲା। ଏମାନେ ଏକ ହଙ୍ଗକଙ୍ଗ୍‌ ନମ୍ବରରୁ ହ୍ବାଟସଆପରେ ଜମାକାରୀଙ୍କୁ ଲିଙ୍କ୍‌ ପଠାଇ ୨୦ ଲକ୍ଷ ଟଙ୍କା ଜମା କଲେ ୫୪ ଲକ୍ଷ ଟଙ୍କା ମିଳିବାର ଲୋଭନୀୟ ପ୍ରତିଶ୍ରୁତି ମାମଲାରେ ସାଇବର ଠକମାନେ ଗିରଫ ହୋଇଥିଲେ। ତେବେ ଚାଇନାର ଏହି ସାଇବର‌୍‌ ଠକ ଏବେ ଓଡ଼ିଶା ଉପରେ ନଜର ପକାଇଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଅନଲାଇନ୍‌ ସାଇବର‌୍‌ ଠକ ଇଜେଡପ୍ଲାନ୍‌ ଓ ପାଵାର ବ୍ୟାଙ୍କ୍‌ ନାଁରେ ଦୁଇଟି ମୋବାଇଲ୍‌ ଆପ୍ଲିକେସନ୍‌ ବ୍ୟବହାର କରୁଛନ୍ତି। ଜମାକାରୀଙ୍କୁ ଦୈନିକ ଜମାରାଶୀର ୫ ପ୍ରତିଶତ ସୁଧ ମିଳିବା ନେଇ ପ୍ରତିଶ୍ରୁତି ଦିଆଯାଉଛି।

ପରେ ସୁଧର ପରିମାଣ ବୃଦ୍ଧି ପାଉଛି। ଦିଲ୍ଲୀ, ବେଙ୍ଗାଲୁର ଶୈଳୀରେ ଓଡ଼ିଶାରେ ମଧ୍ୟ ଅନଲାଇନ ଠକେଇ ହୋଇଛି। କ୍ରାଇମବ୍ରାଞ୍ଚରେ ଗଲା ୨୫ ତାରିଖରେ କ୍ରାଇମବ୍ରାଞ୍ଚରେ ଜମାକାରୀମାନେ ଏତଲା ଦେବା ପରେ ଆଜି ଦ୍ବିତୀୟ ବାର ଜମାକାରୀମାନେ ପୃଥକ ଏତଲା ସହିତ କ୍ରାଇମବ୍ରାଞ୍ଚରେ ଫେରାଦ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଶୁଭେନ୍ଦୁ ମୋହନ ପ୍ରଧାନ ୧୯ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। କଟକର ଅବିନାଶ ସତ୍ୟପ୍ରକାଶ ୧ ଲକ୍ଷ ୯୫ ହଜାର ଟଙ୍କାର ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ାର ରାକେଶ କୁମାର ମହାନ୍ତିଙ୍କ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଏହି ତିନୋଟି ଏତଲା ଆଜି ପୃଥକ ଭାବେ କ୍ରାଇମବ୍ରାଞ୍ଚ ସାଇବର‌୍‌ ସେଲରେ ଦିଆଯାଇଛି। ମୟୁରଭଞ୍ଜ କରଞ୍ଜିଆର ଅବଦୁଲ ରଜାକ୍‌ ନିଜର ଟ୍ରକ୍‌ ବିକ୍ରି କରି ଏକ ଲକ୍ଷ ଟଙ୍କା ଏହି ସ˚ସ୍ଥାରେ ଗଲା ଏକ ମାସ ତଳେ ଲଗାଇଥିଲେ। ସୁଧ ମୂଳ ସବୁ ବୁଡ଼ି ଯାଇଥିବାରୁ ସେ ମୁଣ୍ତରେ ହାତ ଦେଇ ବସିଛନ୍ତି। ରାଜ୍ୟରେ ଯେଉଁ ଜମାକାରୀମାନେ ଏହି ଠକ ସ˚ସ୍ଥା ଦ୍ବାରା ଠକାମୀର ଶିକାର ହୋଇଛନ୍ତି, ସେମାନେ କ୍ରାଇମବ୍ରାଞ୍ଚରେ ଏତଲା ଦେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଧିବଦ୍ଧ ଭାବେ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରିବାକୁ ଯୋଜନା କରାଯାଉଛି। ଏହି ସହିତ ଏହି ଠକେଇ ସମ୍ପର୍କରେ ଏତଲା ଦେବା ପୂର୍ବରୁ କି ପ୍ରକାର ତଥ୍ୟ ଯୋଗାଡ଼ କରି କ୍ରାଇମବ୍ରାଞ୍ଚରେ ଦାଖଲ କରାଯିବ, ସେ ସମ୍ପର୍କରେ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଯୋଗାଯୋଗ ନମ୍ବର ବି ଜାରି କରାଯିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର