ପୁରୀ-କୋଲକାତା ବସ୍‌ରୁ ୬୦ କେଜି ଗଞ୍ଜେଇ ଜବତ: ୪ ଅଟକ

ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଆଜି ରାତି ଏକ ଦୂରଗାମୀ ବସ୍‌ରୁ ପ୍ରାୟ ୬୦ କେଜି ଗଞ୍ଜେଇ ଜବତ ହୋଇଛି। ଯାଜପୁର ଏସ୍‌ପିଙ୍କ ସ୍ପେଶାଲ ସ୍କ୍ବାଡ୍‌ ଏହି ଗଞ୍ଜେଇକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ପାଣିକୋଇଲି ଥାନା ଜିମା ଦେଇଛନ୍ତି। ପୁରୀରୁ କୋଲକାତା ଯାଉଥିବା ଶିବଶକ୍ତି ବସ୍‌କୁ ପାଣିକୋଇଲି ପୁଲିସ ଥାନାକୁ ନେଇ ଅଟକ ରଖିଛି।

ମଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୧୧ଟା ସମୟରେ ପୁରୀରୁ କୋଲକାତା ଯାଉଥିବା ଶିବଶକ୍ତି ବସ୍‌ ପାଣିକୋଇଲିର ଏକ ହୋଟେଲ୍‌ ନିକଟରେ ଖାଇବା ନିମନ୍ତେ ରହିଥିଲା। ଯାତ୍ରୀମାନେ ହୋଟେଲ୍‌ରେ ଖାଉଥିବା ସମୟରେ ହଠାତ୍‌ ଯାଜପୁର ଏସ୍‌ପିଙ୍କ ସ୍କ୍ବାଡ୍‌ ପହଞ୍ଚି ୪ ଜଣ ଲୋକଙ୍କୁ କାବୁ କରିଥିଲେ। ସେମାନେ ବସ୍‌ରେ ରଖିଥିବା ପ୍ରାୟ ୬୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଅଟକ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଲୋକ ଓ ଅନ୍ୟମାନେ କୋଲକାତା ଅଞ୍ଚଳର ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଅଭିଯୁକ୍ତମାନଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର