ମୁମ୍ବାଇରେ ନୂଆପଡ଼ା ଓ କଳାହାଣ୍ଡିର ୬୦ ଶ୍ରମିକ, ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଖଡ଼ିଆଳ: ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ୬୦ ଜଣ ଶ୍ରମିକ ମୁମ୍ବାଇରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଶ୍ରମିକମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ନୂଆପଡ଼ା ଜିଲ୍ଲାର ଖଡ଼ିଆଳ, ବୋଡ଼େନ, ସିନାପାଲି ଓ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଅଞ୍ଚଳର ୬୦ ଜଣ ଶ୍ରମିକ ମୁମ୍ବାଇର ଶିବାଜୀ ଛତ୍ରପତି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ କଂପାନି ଅଧୀନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ ପରେ ଶ୍ରମିକମାନେ ଘରକୁ ଫେରି ନ ପାରି ଦୟନୀୟ ଅବସ୍ଥାରେ ରହିଛନ୍ତି। ସେମାନେ ଗତ ୫ ଦିନ ଭୋକ ଉପାସରେ ପଡ଼ିରହିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର