କାଳିଆ ଯୋଜନାରେ ୬୦ଲକ୍ଷ ଆବେଦନକାରୀ, ୨୨ ସୁଦ୍ଧା ପ୍ରକାଶ ପାଇବ ହିତାଧିକାରୀଙ୍କ ଚୂଡାନ୍ତ ତାଲିକା

ଭୁବନେଶ୍ୱର: ଗତକାଲି ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା କାଳିଆ ଲାଗି ଆବେଦନ ଶେଷ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ଲାଗି ୬୦ଲକ୍ଷ ଲୋକ ଆବେଦନ କରିଛନ୍ତି। ବର୍ତ୍ତମାନ ବ୍ଲକ୍‌ସ୍ତରରେ ଆବେଦନକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାଞ୍ଚ ପରେ ଆସନ୍ତା ୨୧ ଓ ୨୨ ତାରିଖରେ ହିତାଧିକାରୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ସମବାୟ ବିଭାଗ ସଚିବ କ୍ରିଷନ୍‌ କୁମାର କହିଛନ୍ତି।

ଏଥିସହ ସେ ପ୍ରକାଶ କରିଛନ୍ତି କି ଆସନ୍ତା ୨୫ ତାରିଖ ସୁଦ୍ଧା ୧୨ରୁ ୧୪ଲକ୍ଷ ଚାଷୀଙ୍କ ଜମାଖାତାଙ୍କୁ ଯୋଜନା ଅନୁସାରେ ଆର୍ଥିକ ସହାୟତା ଚାଲି ଆସିବ। ଉଲ୍ଲେଖଯୋଗ୍ୟ କି, ରାଜ୍ୟର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଲୋକେ କାଳିଆ ଯୋଜନାରେ ସାମିଲ୍‌ ହେବା ଲାଗି ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର