୮ ମହିଳାଙ୍କ ସମେତ ଆତ୍ମସମର୍ପଣ କଲେ ୬୦ ମାଓବାଦୀ, କହିଲେ- ସରକାରଙ୍କ ବିକାଶଧାରାକୁ ସମର୍ଥନ କରିବେ

ମାଲକାନଗିରି: ଆନ୍ଧ୍ରପଦେଶର ଆଲୁଲି ସୀତାରାମାରାଜୁ ଜିଲ୍ଲା ପୁଲିସ ନିକଟରେ ୬୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିରେ ୮ ଜଣ ମହିଳା ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ ଯେ ଏହି ମାଓବାଦୀମାନେ ପାଦାବାୟଲୁ ଏବଂ କୋରକୋଣ୍ଡା ଏରିଆ କମିଟିର ସଚିବ ଅଶୋକର ସହଯୋଗୀ ଥିଲେ। ଏହି ୬୦ ଜଣ ଅଶୋକ ଅଧୀନରେ କାମ କରୁଥିଲେ। ଅଶୋକକୁ ପୁଲିସ ଗିରଫ କରିବା ପରେ ଏହି ମାଓବାଦୀମାନେ ନିଜକୁ ସୁରକ୍ଷିତ ମଣିନଥିଲେ। ଏମାନେ ମଧ୍ୟ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଲୁର ସୀତାରାମାରାଜୁ ଜିଲ୍ଲାର ଏସ.ସତୀଶ କୁମାର, ଡିଆଇଜି ଏସ.ହରିକ୍ରିଷ୍ଣା, ୧୯୮ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ କବିନ୍ଦ୍ର କୁମାର ଚାନ୍ଦ, ୨୩୪ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ସଂଜୀବ କୁମାର ଦ୍ବିବେଦୀ ପ୍ରମଖଙ୍କ ସମ୍ମୁଖରେ ଏହି ୬୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।

ଆତ୍ମସମର୍ପଣ କରିଥିବା ବ୍ୟକ୍ତିମାନେ ମାଓବାଦୀଙ୍କ ଠାରୁ ଧମକ ପାଇ ସଂଗଠନରେ କାମ କରୁଥିବା ପୁଲିସ ନିକଟରେ ପ୍ରକାଶ କରିଛନ୍ତି। ଲଗାତାର ପୁଲିସ ଏବଂ ସିଆରପିଏଫର କମ୍ବିଂ ଅପରେସନରେ ଭୟଭୀତ ହୋଇ ନିଜ ଜୀବନକୁ ବଞ୍ଚାଇବା ପାଇଁ ଏମାନେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାଇବେ ବୋଲି କହିଛନ୍ତି। ଏମାନେ ବହୁ ହିଂସାରେ ସାମିଲ ଥିବା ପୁଲିସ କହିଛି। ସରକାରଙ୍କର ବିକାଶଧାରାକୁ ସମର୍ଥନ କରିବା ସହ ନିଜ ଅଂଚଳରେ ବିକାଶ କିପରି ପହଞ୍ଚିବ ସେନେଇ ସହଯୋଗ କରିବେ ବୋଲି କହିଛନ୍ତି। ପ୍ରଶାସନ ତରଫରୁ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର