୧୨ ଘଣ୍ଟା ଅନଶନରେ ବସିଲେ ୬୦ ହଜାର ଶିକ୍ଷକ

ଆଜିଠୁ ଗ୍ରାମ ସ୍ବରାଜ ଓ ଜନ ଦରବାର

ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ଗାନ୍ଧୀ ଜୟନ୍ତୀ ଉତ୍ସବ ଧୁମ୍‌ଧାମ‌େର ପାଳନ କରାଯାଉଥିବା ବେଳେ ୬୦ ହଜାର ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଅନଶନ କରିଛନ୍ତି। ୩୦ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ‌ ଓ ଗାନ୍ଧୀମାର୍ଗଠାରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ରଖି ୧୨ ଘଣ୍ଟିଆ ଅନଶନରେ ବସିଥିଲେ। ଏହାପରେ ବି ଦାବି ପୂରଣ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇ ନଥିବାରୁ ବୁଧବାରଠାରୁ ସ୍ବଗ୍ରାମ ଯାତ୍ରା ଓ ଜନଦରବାର କରିବାକୁ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା ଘୋଷଣା କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ୪୮ ଦିନ ହେଲା ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଅହୋରାତ୍ର ଧାରଣାରେ ବସିଛନ୍ତି। ସରକାର ଏଦିଗରେ ସାମାନ୍ୟତମ ଆନ୍ତରିକତା ପ୍ରଦର୍ଶନ କରିନାହାନ୍ତି। ‌େତଣୁ ଗାନ୍ଧୀ ଜୟନ୍ତୀଠାରୁ ପ୍ରତୀକ ଅନଶନ କରାଯାଇଛି। ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ଶିକ୍ଷକ ଓ ଅଧ୍ୟାପକଙ୍କ ଶ୍ରମକୁ ଶୋଷଣ କରି ଶିକ୍ଷାର ପ୍ରସାର କରୁଛନ୍ତି। ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେତ୍ର‌େର ଅର୍ଧାଧିକ ଭାର ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନେ ୨୫ ବର୍ଷ ହେଲା ନିଜ କାନ୍ଧରେ ବୋହୁଛନ୍ତି। ଏମାନଙ୍କ ଯୋଗୁଁ ଶିକ୍ଷାର ବିକାଶ ହେଉଥିବା ବେ‌େଳ ଦାବିଗୁଡ଼ିକ ପୂରଣ କରିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଦାସୀନ ରହିଛନ୍ତି। ଶିକ୍ଷକମାନଙ୍କୁ ପ୍ରତାରିତ କରାଯାଉଛି। ଏହା ବିରୋଧରେ ଅକ୍ଟୋବର ୩ରୁ ୮ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରି ମିଳିତ ମଞ୍ଚ ଗାଁ ସ୍ବରାଜ ଓ ଜନଦରବାର ଭଳି ଏକ ଚରମ ଆନ୍ଦୋଳନାତ୍ମକ ପନ୍ଥା‌ ଆପଣାଇବାକୁ ନିଷ୍ପତ୍ତିି ହୋଇଛି। ଏହାପରେ ବି ଯଦି ରାଜ୍ୟ ସରକାର ନିଦରୁ ନ ଉଠନ୍ତି ତେବେ ଅକ୍ଟୋବର ୯ ତଥା ଗୋପବନ୍ଧୁ ଜୟନ୍ତୀରେ ସାଧାରଣ ଲୋକଙ୍କୁ ସାଙ୍ଗରେ ଧରି ବିରାଟ ଜନସମାବେଶ କରାଯିବ। ଅବଶ୍ୟକ ହେଲେ ଶିକ୍ଷକମାନେ କାରାବରଣ କରିବେ ବୋଲି ମିଳିତ ମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ଜେନା କହିଛନ୍ତି।

ସମ୍ବନ୍ଧିତ ଖବର