ଭୁବନେଶ୍ବର: ଆସନ୍ତା ୨୨ତାରିଖରେ ୬ଶହ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଲୋକସେବା ଭବନର ରାଜ୍ୟ କନଭେନସନ ସେଣ୍ଟର, ଗୀତଗୋବିନ୍ଦ ସଦନରେ ଏଥିପାଇଁ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ମିଳିଥିବା ସୂଚନା ଅନୁସାରେ, ୬ଶହ ଡାକ୍ତରଙ୍କ ମଧ୍ୟରେ ୩୪୦ ଏମ୍ବିବିଏସ୍, ୧୪୭ ବିଏଏମ୍ଏସ୍ ଓ ୧୧୩ଜଣ ବିଏଚ୍ଏମ୍ଏସ୍ ରହିଛନ୍ତି। କିଛିମାସ ପୂର୍ବରୁ ଓପିଏସ୍ସି ପକ୍ଷରୁ ୩୬୩ ମେଡିକାଲ ଅଫିସରଙ୍କୁ ଚୟନ କରାଯାଇଛି। ରାଜ୍ୟରେ ଏବେ ଶତାଧିକ ଡାକ୍ତରୀ ପଦବି ଖାଲି ପଡ଼ିଛି। ୬ଶହ ଡାକ୍ତରଙ୍କ ନିଯୁକ୍ତି ଫଳରେ ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।
ନିଯୁକ୍ତ ହେବେ ୬ଶହ ଡାକ୍ତର: ୨୨ରେ ନିଯୁକ୍ତି ଉତ୍ସବ, ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2021/11/doctor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)