ବିଧାୟକ ସୌମ୍ୟରଞ୍ଜନଙ୍କ ପ୍ରଶ୍ନର ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ : ୬ ମାସରେ ୬୦୪ ନାବାଳିକା ଧର୍ଷଣର ଶିକାର

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ନାବାଳିକା ଦୁଷ୍କର୍ମ ଘଟଣା । ଚଳିତ ବର୍ଷ ପ୍ରଥମ ୬ ମାସରେ ୬୦୪ ଜଣ ନାବାଳିକା ଧର୍ଷଣର ଶିକାର ହୋଇଛନ୍ତି । ଆଜି ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ କହିଛନ୍ତି, ୨୦୧୮ରେ ରାଜ୍ୟରେ ପ୍ରତିଦିନ ୪ ଜଣ ନାବାଳିକା ଧର୍ଷଣର ଶିକାର ହୋଇଥିଲେ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୯ରେ ପ୍ରତିଦିନ ୭ ଜଣ ଧର୍ଷଣର ଶିକାର ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଳିତବର୍ଷ ମୋଟ୍ ୨୫୦୨ଟି ଧର୍ଷଣ ମାମଲା ରୁଜୁ ହୋଇଛି । ୨୦୧୮ରେ ୧୦୭୩ ଧର୍ଷଣ ମାମଲାର ବିଚାର ସରିଛି । ୧୯୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏବଂ ୮୭୬ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ହାର ୧୮.୩୫ ପ୍ରତିଶତ ରହିଛି । ଝାରସୁଗୁଡା ଓ ସୋନପୁର ଜିଲ୍ଲାରେ କେହି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।

ସମ୍ବନ୍ଧିତ ଖବର