ଭୁବନେଶ୍ୱର : ରାଜ୍ୟରେ ଗତ ୧୦ବର୍ଷରେ ୧୦,୫୧୧ଜଣ ଡିଗ୍ରିଧାରୀ ଓ ୩୨,୫୧୮ଜଣ ଡିପ୍ଲୋମାଧାର ଯୁବକ/ଯୁବତୀ ନିଯୁକ୍ତି ପାଇଁ ନିୟୋଜନ କାର୍ଯ୍ୟାଳୟରେ ସେମାନଙ୍କ ନାମ ପଞ୍ଜୀକରଣ କରି ଜୀବନ୍ତ ତାଲିକାରେ ଅଛନ୍ତି। ୬୧ଜଣ ଡିଗ୍ରିଧାରୀଓ ୩୭୪ଜଣ ଡିପ୍ଲୋମାଧାରୀ ଯୁବକ/ଯୁବତୀ ନିୟୋଜନ ପଞ୍ଜୀକରଣ ମାଧ୍ୟମରେ ନିଯୁକ୍ତି ପାଇଥିବା ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ।

Advertisment

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ନାୟକ କହିଛନ୍ତି ଯେ କେନ୍ଦ୍ରୀୟ ନିଯୁକ୍ତି ସେଲ୍‌ ଜରିଆରେ ବିଭିନ୍ନ ସରକାରୀ ଡିପ୍ଲୋମା ସ୍କୁଲରୁ ପାସ୍ କରିଥିବା ପିଲାଙ୍କ ମଧ୍ୟରୁ ୫୨୨ଜଣ ରାଜ୍ୟରେ ଓ ୩୭୩୬ ରାଜ୍ୟ ବାହାରେ ବିଭିନ୍ନ କମ୍ପାନିରେ ମାନଙ୍କ ନିଯୁକ୍ତି ପାଇଛନ୍ତି। ଏହାସହ ନିଜସ୍ବ ପ୍ଲେସମେଣ୍ଟ ସେଲ୍ ଜରିଆରେ କଲେଜମାନେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି।