ସୋନପୁର : ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ବୋପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୬୧ କେଜି ୨ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।
ଅବାକରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ ଏକ ମାରୁତି ଇକୋ ଗାଡ଼ି (ଜେଏଚ-୦୫-ବିକେ- ୬୭୯୦)ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ସୋନପୁର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ କୁଞ୍ଜ ଛକ ନିକଟରେ ଉକ୍ତ ଗାଡିକୁ ଅଟକାଇ ଥିଲେ। ଯାଞ୍ଚ ସମୟରେ ଏହି ଗାଡ଼ିରୁ ୬୧ କେଜି ୨ଶହ ଗ୍ରାମ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ଉତ୍ତରପ୍ରଦେଶ ଫତେପୁର ଜିଲ୍ଲା ନୟାବସ୍ତିର ଅଙ୍କିତ ଗୁପ୍ତା(୨୪) ଏବଂ ନୟାପୁର୍ଗର ପ୍ରମୋଦ କୁମାର(୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ଅଧୀକ୍ଷକ ସାମୁଏଲ ଏକ୍କାଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ନେତୃତ୍ବରେ ଏହି ଚଢଉରେ ଅବକାରୀ ଏସ୍ଆଇ ସୁଧୀର ମିଶ୍ର, ଏଏସ୍ଆଇ କୀର୍ତ୍ତନ ନାଏକ, ଏଏସ୍ଆଇ ସବିତା ପଟ୍ଟନାୟକ, ପିଣ୍ଟୁ ସାହୁ, ପୃଥ୍ବୀରାଜ କଅଁର ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/2d69c07e-c6e4-47f8-8706-8403f971bf8d.jpg)