ନରସିଂହପୁରରେ ପୁଣି କଳା ପଲସର୍ ଆତଙ୍କ, ବନ୍ଧୁକ ମୁନରେ ଦୋକାନୀଙ୍କଠାରୁ ଲୁଟି ନେଲେ ୬୨ ହଜାର ଟଙ୍କା

ନରସିଂହପୁର: କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳରେ ପୁଣି କଳା ପଲସର ଆତଙ୍କ। ପ୍ରାପ୍ତ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯ଟା ସମୟରେ ନରସିଂହପୁର ଥାନା ଅନ୍ତର୍ଗତ ବୁଢ଼ାବୁଢ଼ୀ ଘାଟି ଅଞ୍ଚଳର ଶାଳପସି ନୂଆଗାଁ ଛକ ନିକଟରେ ଥିବା ଷ୍ଟେସନାରୀ ଦୋକାନୀଙ୍କ ଠାରୁ ବନ୍ଧୁକ ମୁନରେ କେତେକ ଲୁଟେରା ୬୨ ହଜାର ଟଙ୍କା ଲୁଟି ନେଇଥିବା ଜଣାଯାଇଛି।

ଦୋକାନୀ ଜଣକ କାନପୁର ଥାନା ଅନ୍ତର୍ଗତ କାନପୁର ଗ୍ରାମର ସୁଶାନ୍ତ କୁମାର ବେହେରା(୩୮)ବୋଲି ଜଣାପଡ଼ିଛି। ସେ ଦୋକାନ ପାଇଁ ସଉଦା ଆଣିବା ପାଇଁ ନିଜ ସ୍କୁଟି ଯୋଗେ ଅନୁଗୁଳ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏନେଇ ସୁଶାନ୍ତ କୁମାର ବେହେରା ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନରସିଂହପୁର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର