ଭୁବନେଶ୍ବର : ରାଜ୍ୟରେ ଥିବା ୭ଟି ସରକାରୀ ଓ ଗୋଟିଏ ଘରୋଇ ମେଡିକାଲ କଲେଜରେ ନାମଲେଖା ପ୍ରକ୍ରିୟା ଜାରି ରହିଛି। ନାମଲେଖା ହେବାକୁ ଥିବା ସରକାରୀ କଲେଜର ୧୧୫୦ ଓ ଘରୋଇ ମେଡିକାଲ କଲେଜର ୧୦୦ ଏମ୍ବିବିଏସ୍ ସିଟ୍ ମଧ୍ୟରୁ ଆଜି ସୁଦ୍ଧା ୬୨୧ ସିଟ୍ ପୂରଣ ହୋଇଛି। ତିନି ଦିନ ମଧ୍ୟରେ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜର ୧୭୨, ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜର ୧୯୫, ବୁର୍ଲାସ୍ଥିତ ଭିଏସ୍ଏସ୍ ମେଡିକାଲ କଲେଜର ୧୫୬ ଓ ବାରିପଦା ମେଡିକାଲ କଲେଜର ୯୮ଟି ସିଟ୍ ପୂରଣ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦ ତାରିଖ ଯାଏ ନାମଲେଖା ହେବାକୁ ଥିବା ରାଜ୍ୟ କୋଟାର ୯୪୬ ସିଟ୍ ପୂରଣ ହେବର ସମ୍ଭାବନା ରହିଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟ କୋଟାରେ ସରକାରୀ ମେଡିକାଲ କଲେଜର ୯୭୭ ଏମ୍ବିବିଏସ୍ ସିଟ୍ ପାଇଁ ନାମଲେଖା ହେବ। ଏଥିସହ ଏସ୍ସିବି ମେଡିକାଲ କଲେଜର ୪୨ଟି ସିଟ୍ରେ ନାମଲେଖା ଅନୁଷ୍ଠିତ ହେବ।
୬୨୧ ଏମ୍ବିବିଏସ୍ ସିଟ୍ ପୂରଣ
/sambad/media/post_attachments/wp-content/uploads/2019/07/mbb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)