କଟକ ସହର ଓ ପୁରୀ ଜିଲ୍ଲାରୁ ୬୩ କରୋନା ପଜିଟିଭ ଚିହ୍ନଟ
କଟକ/ପୁରୀ: କଟକ ସହର ଓ ପୁରୀ ଜିଲ୍ଲାରୁ ଆଜି ପୁଣି ୬୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ (ସିଏମ୍ସି)ରୁ ୩୬ ଜଣ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫ ଜଣ, ଏସସିବି ଆଇସୋଲେସରୁ ୪ ଜଣ ଓ ଏକ ଘରୋଇ ନର୍ସିଂହୋମରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ପୁରୀ ଜିଲ୍ଲାରୁ ଆଜି ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ଡେଲାଙ୍ଗରୁ ୩ ଜଣ, ଗୋପରୁ ୨ ଜଣ, କଣାସରୁ ଜଣେ, ରେବଣା ନୂଆଁଗାଁରୁ ୫ ଜଣ ଓ ଜି ମିଡିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।