ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଓଡ଼ିଶା ବିଧାନସଭାରେ ସୂଚନା ଦେଇଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ଡାହାଣୀ ସନ୍ଦେହ ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଛନ୍ତି।
କଂଗ୍ରେସ ବିଧାୟକ କାଡ୍ରାକା ଆପାଲା ସ୍ୱାମୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମୟ ମଧ୍ୟରେ ଜିଲ୍ଲାରେ ଡାହାଣୀ ସନ୍ଦେହ ଆକ୍ରମଣ ଏବଂ ମୃତ୍ୟୁ ସହିତ ଜଡିତ ୬୩ଟି "ଗୁଣିଗାରେଡି" ମାମଲା ପଞ୍ଜିକୃତ ହୋଇଛି। ଏସବୁ ମାମଲାରେ ଡାହାଣୀ ସନ୍ଦେହରେ ଆକ୍ରମଣ କରାଯାଇଛି।
ପୁଲିସ ଏପରି ମାମଲାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଅନ୍ଧବିଶ୍ୱାସକୁ ରୋକିବା ପାଇଁ ଜନ ସଚେତନତା ପ୍ରସାର କରିବା ପାଇଁ ପଦକ୍ଷେପ ମଧ୍ୟ ଆରମ୍ଭ କରିଛି।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଗତ ଦଶନ୍ଧିରେ ରାୟଗଡା ଜିଲ୍ଲାରେ ଡାହାଣୀ ସନ୍ଦେହ ସହିତ ଜଡିତ କୌଣସି ସାମାଜିକ ବାସନ୍ଦ ମାମଲା ରିପୋର୍ଟ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/22/63-suspected-witchcraft-cases-in-10-years-2025-09-22-19-45-34.jpg)