ରାୟଗଡ଼ା: ୬୪ ଛାତ୍ର କରୋନା ପଜିଟିଭ। ରାୟଗଡ଼ାର କୋଟଲାଗୁଡା ସ୍ଥିତ ଅନ୍ୱେଷା ହଷ୍ଟେଲର ୪୪ଜଣ ଅନ୍ତେବାସୀ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବିଷମକଟକ ବ୍ଳକ ହାଟମୁନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୨୦ଜଣ ଛାତ୍ର କରୋନା ଆକ୍ରାନ୍ତ ଥିବା ଜଣାଯାଇଛି।  ତେବେ ଛାତ୍ରମାନଙ୍କଠାରେ କରୋନା ଲକ୍ଷଣ ଦେଖା ଯାଇ ନ ଥିବା ବେଳେ ସମସ୍ତ ଛାତ୍ର ସୁସ୍ଥ ଥିବା ଜଣାପଡିଛି।

Advertisment

ଖବର ପାଇ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ହଷ୍ଟେଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ୪ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଆରଆରଟି ଆରଆରଟି ଟିମ ପକ୍ଷରୁ ବ୍ଳକ ୧ ହଷ୍ଟେଲରେ ରହୁଥିବା ୨୫୭ଜଣ ପିଲାଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଏଥିରେ ୪୪ଜଣ ଛାତ୍ରଙ୍କ ନମୂନା ପଜିଟିଭ ହୋଇଥିବା ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଥବା ନେଇ ହଷ୍ଟେଲ ମେଟ୍ରୋନ ପ୍ରକାଶ କରିଛନ୍ତି। ରାୟଗଡ଼ାର ୮ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏହି ହଷ୍ଟେଲରେ ରହୁଥିବା ଅନ୍ତେଵାସୀମାନେ ରହି ଅଧ୍ୟୟନ କରୁଛନ୍ତି। ସେହିପରି ବିଷମକଟକ ବ୍ଳକ ହାଟମୁନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୨୦ଜଣ ଛାତ୍ର ପଜିଟିଭ ବାହାରିଥିବା ଜଣାପଡିଛି ।