ଭୁବନେଶ୍ବର: ଲୋକସଭା ନିର୍ବାଚନରେ ବିଜେପି ଏକତରଫା ବିଜୟ ହାସଲ କରିଛି। କେବଳ ସେତିକି ନୁହେଁ, ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ସଂଖ୍ୟା ମଧ୍ୟ ଗରିଷ୍ଠତା ହାସଲ କରିନେଇଛି। ହେଲେ ସବୁ କଳ, ବଳ ଓ କୌଶଳ ଲଗାଇ ଦେଇଥିଲେ ବି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ୬୨ଜଣ ବିଧାୟକ ଏବଂ ବହୁ ହେଭିୱେଟ୍ ନିର୍ବାଚନ ଜିତି ପାରିନାହାନ୍ତି।

Advertisment

ଏହି ତାଲିକାରେ ଉପବାଚସ୍ପତି ଓ ୧୨ମନ୍ତ୍ରୀଙ୍କ ସମେତ ବିଜେଡିର ବିଧାୟକ ଜଗନ୍ନାଥ ନାଏକ, ପ୍ରଣବ କୁମାର ବଳବନ୍ତରାୟ, ନୃସିଂହ ଚରଣ ସାହୁ, ସୁଶାନ୍ତ କୁମାର ବେହେରା, ସୁଧୀର କୁମାର ସାମଲ, ମୁକେଶ ପାଲ, ସାନନ୍ଦ ମାରଣ୍ଡି, ସ୍ବରୂପ କୁମାର ଦାସ, ପ୍ରଫୁଲ୍ଲ ସାମଲ, ବିଷ୍ଣୁବ୍ରତ ରାଉତରାୟ, ରୋହିତ ପୂଜାରୀ, ଦେବେଶ ଆଚାର୍ଯ୍ୟ, ଦିବ୍ୟଶଙ୍କର ମିଶ୍ର, ଦୀପାଳି ଦାସ, ଅଳକା ମହାନ୍ତି, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ମହୀଧର ରଣା, ପଦ୍ମନାଭ ବେହେରା, ସରୋଜ ମେହେର, ରଘୁରାମ ପଡ଼ାଲ, ପ୍ରଭୁ ଜାନୀ, ପ୍ରଫୁଲ ପାଙ୍ଗି, ମଞ୍ଜୁଳା ସ୍ବାଇଁ, ସୁବାସ ଚନ୍ଦ୍ର ବେହେରା, ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ, ଶ୍ରୀକାନ୍ତ ସାହୁ, ଦେବୀ ପ୍ରସାଦ ମିଶ୍ର, ଚନ୍ଦ୍ରସାରଥୀ ବେହେରା, ପ୍ରମୋଦ ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ରାଜେନ୍ଦ୍ର ସାହୁ, ସତ୍ୟ ନାରାୟଣ ପ୍ରଧାନ, ରୁଦ୍ରପ୍ରତାପ ମହାରଥୀ, ଉମାକାନ୍ତ ସାମନ୍ତରାୟ ନିଜ ଗଡ଼ ସମ୍ଭାଳି ପାରିନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ। ହେଲେ ସେ ମଧ୍ୟ କଣ୍ଟାବାଞ୍ଜିରେ ହାରିଛନ୍ତି।

ସେହିପରି ବିଜେପିର ୨୦ଜଣ ବିଧାୟକ ଟିକେଟ୍ ପାଇଥିବାବେଳେ ୮ଜଣ ବିଧାୟକ କୁସୁମ ଟେଟେ, ସୁବାସ ମହାପାତ୍ର, ପ୍ରଦୀପ୍ତ ନାଏକ, ଜୟନ୍ତ ଷଡ଼ଙ୍ଗୀ, କେ. ନାରାୟଣ ରାଓ, ନାଉରୀ ନାୟକ, ଶଙ୍କର ଓରାମ, ଭବାନୀ ଶଙ୍କର ଭୋଇ ନିର୍ବାଚନରେ ହାରିଛନ୍ତି। ବି‌େଜପି ଛାଡ଼ି ବିଜେଡିରେ ମିଶିଥିବା ସୁକାନ୍ତ ନାୟକ, ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଅରବିନ୍ଦ ଢାଲି, ବିଜେଡିରୁ ବହିଷ୍କୃତ ହେବା ପରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ସୌମ୍ୟରଂଜନ ପଟ୍ଟନାୟକ, ସ୍ବାଧୀନ ପ୍ରାର୍ଥୀ ହୋଇଥିବା ସୁଧାଂଶୁ ଶେଖର ପରିଡ଼ା, ସାଂସଦରୁ ବିଧାୟକ ପ୍ରାର୍ଥୀ ହୋଇଥିବା ମହେଶ ସାହୁ ନିର୍ବାଚନ ହାରିଛନ୍ତି। କଂଗ୍ରେସର ୫ଜଣ ବିଧାୟକ ଏଥର ଟିକେଟ୍ ପାଇଥିବାବେଳେ ସନ୍ତୋଷ ସିଂହ ସାଲୁଜାଙ୍କୁ ବାଦ୍‌ ଦେଇ ଅନ୍ୟ ଚାରି ଜଣ ନିର୍ବାଚନ ଜିତିଛନ୍ତି। ସେହିପରି ବିଜେଡିର ୧୨ ସାଂସଦଙ୍କ ମଧ୍ୟରୁ ଯାଜପୁରର ଶର୍ମିଷ୍ଠା ସେଠୀ କେବଳ ଜିତିକି ବିଜେଡି ସମ୍ମାନ ରଖିଛନ୍ତି। ଚଳିତଥର ନିର୍ବାଚନ ଲଢ଼ିଥିବା ହେଭିୱେଟ୍‌ଙ୍କ ମଧ୍ୟରେ ବିଜେପିର ମନମୋହନ ସାମଲ, ଦିଲ୍ଲୀପ ରାୟ, ଅରିନ୍ଦମ ରାୟ, ବିଜେଡିର ଅଚ୍ୟୁତ ସାମନ୍ତ, ସଞ୍ଜୟ ଦାସବର୍ମା, ବର୍ଷା ପ୍ରିୟଦର୍ଶିନୀ, ରମେଶ ଚ୍ୟାଉ ପଟ୍ଟନାୟକ, କଂଗ୍ରେସର ନିରଞ୍ଜନ ପଟ୍ଟନାୟକ,ଭକ୍ତ ଦାସ, ଜୟଦେବ ଜେନା, ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ ହାରିଛନ୍ତି।