୬୫ କେଜି ଗଞ୍ଜେଇ ଜବତ, ୪ ଗିରଫ

କଣ୍ଟାମାଳ: କଣ୍ଟାମାଳ ଥାନ ଅଞ୍ଚଳର ଦୁଇଟି ସ୍ଥାନରେ ପୁଲିସ ଚଢ଼ଉ କରି ୬୫ କେଜି ଗଞ୍ଜେଇ ଜବତ କରିଛି। ଏହି କାରବାରରେ ବ୍ୟବହୃତ କାର୍‌ ଓ ବାଇକ୍‌ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ‌ହେଲେ କନ୍ଧମାଳ ଜିଲ୍ଲାର ଭବାନୀ ଶଙ୍କର ପଟ୍ଟନାୟକ, କଟକ ଜିଲ୍ଲାର ରାମଚନ୍ଦ୍ର ଦାସ, ନୟାଗଡ଼ ଜିଲ୍ଲାର ରାଜାରଞ୍ଜନ ନାୟକ ଓ ସୁବର୍ଣ୍ଣପୁର ଜିଲ୍ଲାର ଲକ୍ଷ୍ମଣ ତାଣ୍ଡି।

ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ ରବିବାର ମଲିକକୁଦ ଓ ସିଲେଟପଡ଼ା ଛକ ନିକଟରେ ଚଢ଼ଉ କରିଥିଲା। କାର୍‌ (ଓଆର୍ ୦୨ ବିଏ ୫୫୭୧)ରୁ ୫୦ କେଜି ଓ ବାଇକ୍‌ (ଓଡି ୦୩ କେ ୪୬୮୨)ରୁ ୧୫ କେଜି ଗଞ୍ଜେଇ ଜବତ କରିଥିଲା ବୋଲି କଣ୍ଟାମାଳ ଥାନା ଦାୟିତ୍ୱରେ ଥିବା ଡିଏସ୍‌ପି ତପସ୍ୱିନୀ କଅଁର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର