ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି। କିଛି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି। କିନ୍ତୁ ମୋଟ ୧୦୬ ବିଜ୍ଞାପିତ ଅଞ୍ଚଳ ପରିଷଦ (୫୯) (ଏନ୍ଏସି) ଓ ପୌର ପରିଷଦ (୪୭)ରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି।
ଶ୍ରୀ ପାଢ଼ୀ କହିଛନ୍ତି ଯେ, ଭୁବନେଶ୍ବର ମହାନଗର ନିଗମରେ ପାଖାପାଖି ୫୦ ପ୍ରତିଶତ ମତଦାନ ହୋଇଛି। କଟକ ମହାନଗର ନିଗମରେ ୬୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ୪୭ ପ୍ରତିଶତ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି ଯେ, ନବରଂଗପୁର ଜିଲ୍ଲା ଉମରେକାଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଭୁଲ ବାଲଟ କାଗଜ ଯୋଗୁଁ ଚେୟାରପର୍ସନ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଏଠାରେ ମତଦାନ ହେବ।
/sambad/media/post_attachments/wp-content/uploads/2022/03/9ab828fb-a253-4c4d-a683-b56a86fae5a6-1024x473.jpg)
ସୂଚନାଯୋଗ୍ୟ, ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିଲା। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିଥିଲା। ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅଳ୍ପ କିଛି ସ୍ଥାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ପାଇଁ ଭୋଟ ଗ୍ରହଣ ବିଳମ୍ବ ହୋଇଥିଲା। ପରବର୍ତ୍ତୀ ସମୟରେ ସବୁ ସ୍ଥାନରେ ସ୍ୱଭାବିକ ଭାବରେ ଭୋଟ ଗ୍ରହଣ କାର୍ଯ୍ୟ ସମ୍ପନ୍ନ ହୋଇଅଛି।
ଶ୍ରୀ ପାଢ଼ୀ କହିଛନ୍ତି ଯେ ଏହି ନିର୍ବାଚନରେ ମୋଟ ୪୦ ଲକ୍ଷ ୫୫ ହଜାରରୁ ଅଧିକ ଭୋଟର ଥିଲେ। ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ସମସ୍ତ ପୋଲିଂ କର୍ମଚାରୀ, ପୁଲିସ କର୍ମଚାରୀ, ଜିଲ୍ଲା ଓ ପୁଲିସ ପ୍ରଶାସନ, ସମସ୍ତ ରାଜନୈତିକ ଦଳ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ସର୍ବୋପରି ଓଡ଼ିଶାର ଭୋଟର ଭାଇଭଉଣୀଙ୍କ ଅକୁଣ୍ଠ ସହଯୋଗ ପାଇଁ ରାଜ୍ୟ ନିର୍ବାଚନ କମିସନ କୃତଜ୍ଞତା ଜ୍ଞାପନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/bmc-cmc-vote-24_thumb.jpg)