ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟରେ ଦିନ ୧ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ନିର୍ବାଚନ କମିସନଙ୍କ ସଚିବଙ୍କ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା ଅନୁଯାୟୀ, ଜଗତସିଂହପୁର ଦୁଇଟି ବୁଥକୁ ବାଦ୍ ଦେଲେ ଅନ୍ୟ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ସମାପନ ହୋଇଛି।
ଏଣେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ଭୋଟିଂ ହୋଇଥିଲା। କୋଟିଆରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଚାଲିଛି। ସେଠାରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୦ ପ୍ରତିଶତ ଭୋଟିଂ ହୋଇଥିଲା।
ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଅପରାହ୍ନ ୧ଟା ଯାଏଁ ଭୋଟ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୦ ହଜାର ୪୩୫ଟି ବୁଥ୍ରେ ମତଦାନ କରାଯାଇଥିଲା। ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍ ଥିଲା। ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ପୁଲିସ ମୁତୟନ ହୋଇଥିଲେ। ମୋଟ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Voting-Percentage-Till-1-PM_Thumbnail.jpg)