କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ୪ଜଣ ଅଭିଯୁକ୍ତ ଜେଲ୍ ଯାଇଛନ୍ତି। ସେମାନେ ହେଲେ ଆମପଡ଼ାର ବାରୁ କୁମ୍ଭାର (୫୦), ଡୁମେରଚୁଆଁ ଗାଁର ହୀରାକୁଞ୍ଜ ମାଝୀ (୩୫), ପରମେଶ୍ବର ସୁନା (୩୦) ଓ ଦୁଆରୁ କଟା (୩୭)। ପୁଲିସର ସୂଚନା ଅନୁସାରେ, ଗତ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟାରେ ବୃଦ୍ଧା ନିଜ କୁଡ଼ିଆରେ ଶୋଇଥିବା ବେଳେ ଅଭିଯୁକ୍ତମାନେ ପଶି ଆସି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ପାଟିତୁଣ୍ଡ କରିବାରୁ ସମସ୍ତେ ତାଙ୍କ ତଣ୍ଟି ଚିପି ଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ପୁଅ ଭାତ ନେଇ ସେହି କୁଡ଼ିଆକୁ ପହଞ୍ଚିଥିଲେ। ଫଳରେ ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ଏହି ଘଟଣା ପରେ ପୀଡ଼ିତା ଥାନାରେ ଏତଲା ଦେବା ସହ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଦଳ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସମସ୍ତ ନମୁନା ସଂଗ୍ରହ କରିଥିଲା। ଡାକ୍ତରୀ ମାଇନା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp