ବରଗଡ଼: ସଂଧ୍ୟା ୫ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ବରଗଡ଼ ଲୋକସଭା ଅଧୀନରେ ଥିବା ୭ଟି ନିର୍ବାଚନମଣ୍ଡଳୀରେ ମତଦାନ ହାର ୬୬.୧୪ ପ୍ରତିଶତ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଚୂଡ଼ାନ୍ତ ମତଦାନ ହାର ଜଣାପଡ଼ିବ। ମିଳିଥିବା ରିପୋର୍ଟ ଅନୁସାରେ, ଅତାବିରା ନିର୍ବାଚନମଣ୍ଡଳୀରେ ୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ବରଗଡ଼ରେ ୬୫.୧୧ ପ୍ରତିଶତ, ଭଟଲିରେ ୬୫.୨୩ ପ୍ରତିଶତ, ବିଜେପୁରରେ ୬୪.୮୦ ପ୍ରତିଶତ, ପଦ୍ମପୁରରେ ୬୫.୩୨ ପ୍ରତିଶତ, ବ୍ରଜରାଜନଗରରେ ୬୭.୪୨ ପ୍ରତିଶତ ଏବଂ ଝାରସୁଗୁଡ଼ାରେ ୬୮.୩୭ ପ୍ରତିଶତ ମତଦାନ ହୋଇଛି। ପଦ୍ମପୁର ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ହୋଇଥିବା ବେଳେ ଅନ୍ୟ ସବୁ ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯାଇଥିଲା। ବରଗଡ଼ ଜିଲ୍ଲାର କାଁ ଭାଁ କିଛି ବୁଥରେ ଇଭିଏମ୍ ମେସିନ ଅଚଳ ଯୋଗୁଁ କିଛିଟା ସମସ୍ୟା ଦେଖାଇଥିଲେ ହେଁ ପରବର୍ତ୍ତୀ ସମୟରେ ମତଦାନ ହୋଇଥିଲା। ଜିଲ୍ଲାରେ ସର୍ବମୋଟ୍ ୧୩୯୭ ମତଦାନ କେନ୍ଦ୍ରରେ ଭୋଟରମାନେ ଭୋଟ ଦେଇଥିଲେ।
ବରଗଡ଼ ଲୋକସଭାରେ ୬୬.୧୪%
/sambad/media/post_attachments/wp-content/uploads/2024/05/hhsshhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)