ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ୨ଟି ବିଧାନସଭା ଆସନରେ ସଂଧ୍ୟା ୫ଟା ସୁଦ୍ଧା ମୋଟ୍ ୬୬.୩୫ ପ୍ରତିଶତ ମତଦାନ ହୋଇଛି। ନୂଆପଡ଼ାରେ ୬୬.୨୨ ପ୍ରତିଶତ ଓ ଖଡ଼ିଆଳ ଆସନରେ ୬୬.୪୮ ମତଦାନ ହାର ରହିଛି। ଜିଲ୍ଲାର ୨ଟି ବିଧାନସଭା ଆସନରେ ସମସ୍ତ ୬୦୪ଟି ବୁଥ୍ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ସଂପନ୍ନ ହୋଇଥିବା ଜଣାପଡ଼ିଛି।
ନୂଆପଡ଼ା ବିଧାନସଭା କ୍ଷେତ୍ର ନୂଆପଡ଼ା ବ୍ଲକ୍ର ୧୬୭ ବୁଥ୍ରେ ମୋଟ୍ ୧ ଲକ୍ଷ ୩୨ ହଜାର ୪୪୪ ଭୋଟର୍ ରହିଥିବା ବେଳେ ୮୭ ହଜାର ୭୪୧ ଭୋଟର ମତଦାନ କରିଛନ୍ତି। ସେଥିମଧ୍ୟରୁ ୪୧ ହଜାର ୨୧୮ ପୁରୁଷ, ୪୬ ହଜାର ୫୨୨ ମହିଳା ଓ ଅନ୍ୟାନ୍ୟ ଜଣେ ଭୋଟର୍ ମତଦାନ କରିଛନ୍ତି। ଏହି ବ୍ଲକ୍ରେ ମତଦାନ ହାର ୬୬.୨୫ ପ୍ରତିଶତ ରହିଛି। ସେହିପରି କୋମନା ବ୍ଲକ୍ରେ ୧୩୫ଟି ବୁଥ୍ କରାଯାଇଥିଲା। ମୋଟ୍ ୧ଲକ୍ଷ ୧୦ ହଜାର ୮୪୩ ଭୋଟର୍ ମଧ୍ୟରୁ ୭୩ ହଜାର ୩୬୯ ଭୋଟର ମତଦାନ କରିଛନ୍ତି। ସେଥିମଧ୍ୟରୁ ୩୩ ହଜାର ୮୫୦ ପୁରୁଷ, ୩୯ ହଜାର ୫୧୯ ମହିଳା ରହିଛି। ମୋଟ୍ ମତଦାନ ହାର ୬୬.୧୯ ପ୍ରତିଶତ। ଅର୍ଥାତ୍ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ୍ ୩୦୨ ବୁଥ୍ରେ ୨ ଲକ୍ଷ ୪୩ ହଜାର ୨୮୭ ଭୋଟର୍ ମଧ୍ୟରୁ ୧ଲକ୍ଷ ୬୧ ହଜାର ୧୧୦ ଭୋଟ୍ ଭୋଟ୍ ଦେଇଥିବା ବେଳେ ଭୋଟ୍ ହାର ୬୬.୨୨ ପ୍ରତିଶତ ରହିଛି।
ସେହିପରି ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ୩ଟି ବ୍ଲକ୍ ରହିଛି। ବୋଡ଼େନ ବ୍ଲକ୍ରେ ୭୮ ବୁଥ୍ରେ ୬୪ ହଜାର ୮୫୧ ଭୋଟର୍ ରହିଥିବା ବେଳେ ୪୪ ହଜାର ୫୭୭ ଭୋଟର୍ ମତଦାନ କରିଛନ୍ତି। ସେଥିମଧ୍ୟରୁ ୨୦ ହଜାର ୫୦୫ ପୁରୁଷ ଓ ୨୪ ହଜାର ୭୨ ଜଣ ମହିଳା ଭୋଟ୍ ଦେଇଛନ୍ତି, ଭୋଟ୍ହାର ୬୮.୭୪ ପ୍ରତିଶତ ରହିଛି। ଖଡ଼ିଆଳ ବ୍ଲକ୍ର ୧୧୮ ବୁଥ୍ରେ ୯୯ ହଜାର ୭୧୩ ଭୋଟର୍ ମଧ୍ୟରୁ ୬୩ ହଜାର ୮୧୭ ଭୋଟର୍ ମତଦାନ କରିଛନ୍ତି। ତା‘ ମଧ୍ୟରୁ ୨୯ ହଜାର ୬ ଜଣ ପୁରୁଷ, ୩୪ ହଜାର ୮୧୦ ମହିଳା ଓ ଅନ୍ୟାନ୍ୟ ଜଣେ ଭୋଟର ମତଦାନ କରିଥିବା ବେଳେ ୬୪ ପ୍ରତିଶତ ଭୋଟ୍ହାର ରହିଛି। ସିନାପାଲି ବ୍ଲକ୍ର ୧୦୬ ବୁଥ୍ରେ ୮୮ ହଜାର ୪୫୯ ଭୋଟର୍ ରହିଥିବା ବେଳେ ୫୯ ହଜାର ୮୧୪ ମତଦାନ କରିଛନ୍ତି। ତା’ ମଧ୍ୟରୁ ୨୭ ହଜାର ୮୧୫ ପୁରୁଷ, ୩୧ ହଜାର ୯୯୮ ମହିଳା ଓ ଜଣେ ଅନ୍ୟାନ୍ୟ ଭୋଟର ରହିଥିବା ବେଳେ ୬୭.୬୨ ପ୍ରତିଶତ ହାର ରହିଛି। ଖଡ଼ିଆଳ ବିଧାନସଭାରେ ୩୦୨ଟି ବୁଥ୍ରେ ୨ ଲକ୍ଷ ୫୩ ହଜାର ୨୪ ଭୋଟର୍ ରହିଥିବା ବେଳେ ୧ ଲକ୍ଷ ୬୮ ହଜାର ୨୦୮ ଭୋଟର ମତଦାନ କରିଛନ୍ତି। ୬୬.୩୫ ପ୍ରତିଶତ ଭୋଟ୍ ହାର ରହିଛି। ଜିଲ୍ଲାରେ ୨ଟି ବିଧାନସଭା କ୍ଷେତ୍ରର ୬୦୪ଟି ବୁଥ୍ରେ ୪ ଲକ୍ଷ ୯୬ ହଜାର ୩୧୧ ଭୋଟର୍ ମଧ୍ୟରୁ ୩ ଲକ୍ଷ ୨୯ ହଜାର ୩୧୮ ଜଣ ଭୋଟ୍ ଦେଇଥିଲେ। ସେଥିମଧ୍ୟରୁ ୧ ଲକ୍ଷ ୫୨ ହଜାର ୩୯୪ ପୁରୁଷ, ୧ ଲକ୍ଷ ୭୬ ହଜାର ୯୨୧ ମହିଳା ଓ ଅନ୍ୟାନ୍ୟ ୩ ଜଣ ଭୋଟ୍ ଦେଇଛନ୍ତି। ଜିଲ୍ଲାରେ ମତଦାନ ହାର ୬୬.୩୫ ପ୍ରତିଶତ ରହିଥିବା ନୂଆପଡ଼ା ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ ସୂଚନା ଦେଇଛନ୍ତି।