ରାଜ୍ୟରେ ପୁଣି ୬୭ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୧୭୦

ଭୁବନେଶ୍ବର: ରାଜ୍ୟରେ ଉଭୟ କରୋନା ଭାଇରସ୍‌ ଏବଂ ଏହାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଚଳିତ ମାସରେ ସଂକ୍ରମଣ ଅଧିକ ବ୍ୟାପିଛି। ଓମିକ୍ରନ୍ ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି। ରାଜ୍ୟରେ ପୁଣି ୬୭ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଏଲ୍‌ଏସ୍‌ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସୂଚନା ଦିଆଯାଇଛି।

ଆଇଏଲ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ ୨୬୩ ଜଣଙ୍କର ନମୁନା ଜିନୋମ ସ୍ବିକେନ୍ସିଂ ପାଇଁ ପଠାଯାଇଥିଲା। ଏଥିରୁ ୬୭ ଜଣଙ୍କର ରିପୋର୍ଟରେ ଓମିକ୍ରନ୍‌ ସଂକ୍ରମଣ ଚିହ୍ନଟ ହୋଇଛି। ନୂଆ ଓମିକ୍ରନ୍‌ ଚିହ୍ନଟ ୬୭ ଜଣ ବ୍ୟକ୍ତି ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ ହୋଇଛନ୍ତି। ଏହାସହିତ ରାଜ୍ୟରେ ଓମିକ୍ରନ ସଂକ୍ରମିତ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ତେବେ ନଜର ପକାନ୍ତୁ ଓଡ଼ିଶାରେ ଓମିକ୍ରନ୍‌ କେମିତି ମାଡ଼ିି ଚାଲିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିିଂ ଜାରି ରହିିଛି।

ଓଡ଼ିଶାର ଓମିକ୍ରନ ଆକ୍ରାନ୍ତଙ୍କ ତଥ୍ୟ

ଡିସେମ୍ବର ୨୧ ତାରିଖ – ୨
ଡିସେମ୍ବର ୨୩ ତାରିଖ – ୨
ଡିସେମ୍ବର ୨୬ ତାରିଖ – ୪
ଡିସେମ୍ବର ୨୯ ତାରିଖ – ୧
ଡିସେମ୍ବର ୩୦ ତାରିଖ – ୫
ଜାନୁଆରୀ ୨ ତାରିଖ – ୨୩
ଜାନୁଆରି ୫ ତାରିଖ – ୨୪
ଜାନୁଆରି ୮ ତାରିଖ -୧୪
ଜାନୁଆରିି ୧୦ ତାରିଖ ୨୮
ଜାନୁଆରି ୧୨ ତାରିଖ ୬୭
ମୋଟ ସଂଖ୍ୟା – ୧୭୦

ସମ୍ବନ୍ଧିତ ଖବର