ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଏଯାଏଁ ଗଲାଣି ୬୭ଟି ଅକ୍ସିଜେନ ଟ୍ୟାଙ୍କର

ଭୁବନେଶ୍ୱର: ଅନ୍ୟ ରାଜ୍ୟର ଅକ୍ସିଜେନ ସଙ୍କଟକୁ ସମାଧାନ କରିବାକୁ ଏବେ ଜୋରସୋରରେ ଲାଗିପଡିଛନ୍ତି ଓଡ଼ିଶା ସରକାର | ଆଜି ପର୍ଯ୍ୟନ୍ତ ୬୭ଟି ଅକ୍ସିଜେନ ଟ୍ୟାଙ୍କର ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଗଲାଣି | ଓଡ଼ିଶା ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୬୭ଟି ଟ୍ୟାଙ୍କରରେ ସମୁଦାୟ ୧୨୬୮ ମେଟ୍ରିକ ଟନ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ଗଲାଣି | ରାଉରକେଲା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରୁ ଅମ୍ଳଜାନ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯାଇଥିବାବେଳେ ଓଡ଼ିଶା ପୁଲିସ ପକ୍ଷରୁ ସ୍ୱତନ୍ତ୍ର କର୍ଡନ କରି ଟ୍ୟାଙ୍କର ଗୁଡିକୁ ଛଡାଯାଉଛି |

ଯେହେତୁ କିଛି ରାଜ୍ୟରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ଜୀବନ ସଂକଟଜନକ ଅବସ୍ଥାରେ ରହିଛି ତେଣୁ କିଭଳି ଅକ୍ସିଜେନ ଟ୍ୟାଙ୍କର ଗୁଡିକ ସୁରୁଖୁରୁରେ ଯାତାୟତ କରିପାରିବ ସେ ଦିଗରେ ଦୃଷ୍ଟି ଦିଆଯାଉଛି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଏଡିଜି ଯଶବନ୍ତ ଜେଠୱାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସେଲ ଗଠନ କରାଯାଇ କିଭଳି ଅକ୍ସିଜେନ ଟ୍ୟାଙ୍କର ଗୁଡିକ ପ୍ଲାଣ୍ଟରୁ ବାହାରି ସୁରୁଖୁରୁରେ ଗନ୍ତବ୍ୟ ସ୍ଥଳରେ ଯାଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି |

ଯେଉଁ ସବୁ ଜିଲ୍ଲା ଦେଇ ଟ୍ୟାଙ୍କରଗୁଡିକ ଯାଉଛନ୍ତି ସେଠାକାର ସ୍ଥାନୀୟ ପୁଲିସ ଏହି ଟ୍ୟାଙ୍କର ପ୍ରତି ଯେଭଳି କୌଣସି ଅସୁବିଧା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି |

ସମ୍ବନ୍ଧିତ ଖବର