ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ ପାଇଁ ସଂପୂର୍ଣ୍ଣ ହୋଇଥିବା ୪ଟି ପର୍ଯ୍ୟାୟରେ ମୋଟ୍ ୬୭ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିସନ୍ ଗୁରୁବାର ଏହି ସୂଚନା ଦେଇଛନ୍ତି। ପଞ୍ଜିକୃତ ହୋଇଥିବା ୯୭ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୫.୧ କୋଟି ଭୋଟର ଏଯାବତ ଭୋଟ୍ ଦେଇଛନ୍ତି। ଉପଲବ୍ଧ ହୋଇଥିବା ଭୋଟିଂ ତଥ୍ୟ ଏହା ସୂଚିତ କରୁଛି ଯେ ପ୍ରଥମ ୩ ପର୍ଯ୍ୟାୟ ନିର୍ବାଚନରେ ମୋଟ ଭୋଟ୍ ପ୍ରତିଶତ ୨୦୧୯ ତୁଳନାରେ କମ୍ ଅଛି। ଇସିର ଭୋଟର୍ ଟର୍ନଆଉଟ୍ ଆପ୍ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପ୍ରତିଶତ ୬୯.୨ ପ୍ରତିଶତ ଦର୍ଶାଯାଇଛି। ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ଯେଉଁ ସବୁ ରାଜ୍ୟରେ ଭୋଟ୍ ଅଛି ସେଠାରେ ଭୋଟର୍ ସୂଚନା ସ୍ଲିପ୍ ବାଣ୍ଟିବା ପାଇଁ ମୁଖ୍ୟ ନିର୍ବାଚନ କମିସନର (ସିଇସି) ରାଜୀବ କୁମାର , ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ଆଜି ସମସ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୪ଟି ପର୍ଯ୍ୟାୟରେ ୬୭% ମତଦାନ: ୪୫.୧ କୋଟି ଲୋକ ଭୋଟ୍ ଦେଇଛନ୍ତି
/sambad/media/post_attachments/wp-content/uploads/2024/05/sfshfhfshfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)