ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ୬୭ଜଣଙ୍କ ମଧ୍ୟରୁ ୬୦ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪ଜଣ ହୋମ୍ କ୍ବାରେଣ୍ଟାଇନରେ ଏବଂ ୩ଜଣ ସ୍ଥାନୀୟ ଲୋକ ଅଛନ୍ତି। ଆଜି ପୁରୀ ଜିଲ୍ଲାରୁ ସର୍ବାଧିକ ୧୬, ନୟାଗଡ଼ ଜିଲ୍ଲାରୁ ୧୩, ବଲାଙ୍ଗୀର ଓ ଗଞ୍ଜାମ ଜିଲ୍ଲାରୁ ୭ ଜଣ ଲେଖାଏଁ, ଅନୁଗୁଳ ଜିଲ୍ଲାରୁ ୬, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୩, ମାଲକାନଗିରି ଓ କଟକ ଜିଲ୍ଲାରୁ ୨ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/05/st67.jpg)
ଅପରପକ୍ଷରେ ଜଗତସିଂହପୁର, ଢେଙ୍କାନାଳ ଓ ନୂଆପଡ଼ା ଆଜି ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ନୂଆପଡ଼ା ଜିଲ୍ଲାକୁ ଛୁଇଁଛି କରୋନା। ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ସାନମହେଶ୍ଵର ଗ୍ରାମପଞ୍ଚାୟତର ଝୋଳପଦର ଗ୍ରାମରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କଠାରେ ନୂଆପଡା ଜିଲ୍ଲାର ପ୍ରଥମ କୋଭିଡ-୧୯ ପଜିଟିଭ ରିପୋର୍ଟ ଆସିଛି।
/sambad/media/post_attachments/wp-content/uploads/2020/05/sta.jpg)
ଏବେ ରାଜ୍ୟରେ ମୋଟ୍ କରୋନା ପଜିଟିଭଙ୍କ ସଂଖ୍ୟା୧୩୩୬କୁ ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ଭିତରୁ ୪୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ଦୃଷ୍ଟିରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୩୨ ରହିଛି। ତେବେ କରୋନାରେ ୭ଜଣଙ୍କର ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/1336.jpg)